ପୁରୀରେ ଏଏସଆଇର ଏକ ଟିମ୍

ପୁରୀ ଗସ୍ତ କରି ପରିକ୍ରମା ପ୍ରକଳ୍ପର ଅନୁଧ୍ୟାନ କରିବ ଭାରତୀୟ ପ୍ରତ୍ନତତ୍ୱ ସର୍ବେକ୍ଷଣ ସଂସ୍ଥା ବା ଏ.ଏସ.ଆଇ । ଭୁବନେଶ୍ୱର ଏବଂ ପୁରୀ ଏ.ଏସ.ଆଇ ଅଫିସର ବରିଷ୍ଠ ଅଧିକାରୀ ଆସି ପ୍ରକଳ୍ପ କାମର କରିବେ ଅନୁଧ୍ୟାନ । ରାଜ୍ୟ ସରକାରଙ୍କ ପକ୍ଷରୁ ଠିକା କମ୍ପାନୀ ଟାଟା ଜରିଆରେ ମେଘନାଦ ପାଚେରୀଠାରୁ ୧୦୦ ମିଟର ନିଷିଦ୍ଧ ଅଞ୍ଚଳ ଭିତରେ ଖନନ କାମ ଚାଲିଛି । ଏହି ଟିମ୍ ପ୍ରକଳ୍ପ କାମର ଅନୁଧ୍ୟାନ କରିବା ସହିତ ଶ୍ରୀଜଗନ୍ନାଥ ମନ୍ଦିର ପ୍ରଶାସନ, ଓଡିଶା ସେତୁ ଓ ନିର୍ମାଣ ନିଗମ, ଟାଟା ପ୍ରକଳ୍ପ ଅଧିକାରୀଙ୍କୁ ଭେଟି ଆଲୋଚନା କରିବ ।
ଗତ ୬ ତାରିଖରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ବୀର କୁମାର ଯାଦବ ଏ.ଏସ.ଆଇ ନିକଟରେ ସଂଶୋଧିତ ପ୍ରକଳ୍ପର ନକ୍ସା ଦାଖଲ କରିଥିଲେ । ଏ.ଏସ.ଆଇ ଭୁବନେଶ୍ୱର ମଣ୍ଡଳ ଅଧୀକ୍ଷକ ତାହାକୁ ଅନୁଧ୍ୟାନ କରିବା ପରେ ମହାନିର୍ଦ୍ଦେଶକଙ୍କ ସୁପାରିସ କରାଯିବ । କାରଣ ଏ.ଏସ.ଆଇର ବିନା ଅନୁମତିରେ ନିଷିଦ୍ଧାଞ୍ଚଳରେ ପରିକ୍ରମା ପ୍ରକଳ୍ପ କାମ ହେଉଛି ହେଉଛି ବୋଲି ଅଭି୍ଯୋଗ ରହିଛି । ବଡ ବଡ ଖନନ ଯୋଗୁଁ ଶ୍ରୀମନ୍ଦିର ସୁରକ୍ଷା ପ୍ରତି ବିପଦ ରହିଛି ବୋଲି ଆଶଙ୍କା ପ୍ରକାଶ କରିଛନ୍ତି ବୁଦ୍ଧିଜୀବୀ, ବିଶେଷଜ୍ଞ । ଏହାକୁ ନେଇ ହାଇକୋର୍ଟରେ ମାମଲା ପହଞ୍ଚିଛି । ଉଭୟ ରାଜ୍ୟ ସରକାର ଏବଂ ଏ.ଏସ.ଆଇକୁ ପ୍ରକଳ୍ପକୁ ନେଇ ରିପୋର୍ଟ ଦେବାକୁ କୁହାଯାଇଛି । ଆଗାମୀ ୯ ତାରିଖରେ ମାମଲାର ପରବର୍ତୀ ଶୁଣାଣି ରହିଛି । ଏହା ପୂର୍ବରୁ ଆଜି ଏ.ଏସ.ଆଇ ପ୍ରକଳ୍ପ କାମରୁ ଅନୁଧ୍ୟାନ କରି ୭ ତାରିଖ ସୁଦ୍ଧା ହାଇକୋର୍ଟରେ ରିପୋର୍ଟ ଦେବେ । ପ୍ରକଳ୍ପ ତିଆରି ହେବା ଯୋଗୁଁ ମନ୍ଦିର ଉପରେ ବିପଦ ରହିଛି କି ନାହିଁ ହାଇକୋର୍ଟରେ ଉତର ଦାଖଲ କରିବେ ଏ.ଏସ.ଆଇ

Leave A Reply

Your email address will not be published.