xmas

ଆମ ସମ୍ବଳ ସଂଗଠନର ସମ୍ମିଳନୀ

କଟକ: ସାମାଜିକ ସଂଗଠନ ଆମ ସମ୍ବଳର ଏକ ସମ୍ମିଳନୀ ମା’ ଭୁଆସୁଣୀଙ୍କ ପୀଠ ପରିସରରେ ଅନୁଷ୍ଠିତ ହୋଇଯାଇଛି । ଅନୁଷ୍ଠାନର ସଭାପତି ଡ. ସୁଶାନ୍ତ କୁମାର ମହାପାତ୍ରଙ୍କ ପୌରୋହିତ୍ୟରେ ଆୟୋଜିତ ସଭାରେ ଅତିଥି ଭାବେ ନାଲକୋର ଅବସରପ୍ରାପ୍ତ ଡେପୁଟି ଜେନେରାଲ ମ୍ୟାନେଜର ଅଶୋକ କୁମାର ଧଳ, ବିଶିଷ୍ଟ ସମାଜସେବୀ ସ୍ନିଗ୍ଧାରାଣୀ ବିଶ୍ୱାଳ, ଶିଶୁ ସାହିତ୍ୟିକ ବିଜୟ କୁମାର ନାଥ ପ୍ରମୁଖ ଯୋଗ ଦେଇଥିଲେ । ଏହି ଅବସରରେ ବରିଷ୍ଠ ଆଇନଜୀବୀ ଶୁଭାଶିଷ ମହାନ୍ତି, ପଶୁପ୍ରେମୀ ପୁଷ୍ପାଙ୍କ ବାନାର୍ଜୀ, ଦେବେନ୍ଦ୍ର ମୋହନ ଗମାଙ୍ଗ, ଶିକ୍ଷାବିତ ଗଣେଶ୍ୱର ସ୍ୱାଇଁ, ଲକ୍ଷ୍ମୀଧର ଦାସ, ରମାକାନ୍ତ ଦାସ, ନିଳାଦ୍ରୀ ଦାସ, ସୁବେଶ କୁମାର ପୃଷ୍ଟି, ବିଶ୍ୱପ୍ରକାଶ ଦାଶ, ପ୍ରଭାସିନୀ ଜେନା, ବିନିତା ନନ୍ଦୀ, ଗୀତାଞ୍ଜଳି ମିଶ୍ର ପ୍ରମୁଖ ଉପସ୍ଥିତ ଥିଲେ । ଅନୁଷ୍ଠାନର ପ୍ରତିଷ୍ଠାତା ମାନସ ରଞ୍ଜନ ପରିଡ଼ା ଅତିଥି ପରିଚୟ ପ୍ରଦାନ କରିଥିଲେ । ପରେ ଅନୁଷ୍ଠାନ ପକ୍ଷରୁ ଶ୍ରୀ ଧଳ ଏବଂ ସମାଜସେବୀ ଶ୍ରୀମତୀ ସ୍ୱାଇଁଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ମହାରାଣୀ ସ୍ୱାଇଁ, ସୁସ୍ମିତା ମହାନ୍ତି, ଲୁପାମୁଦ୍ରା ରାୟ, ପ୍ରିୟଙ୍କା ପ୍ରିୟଦର୍ଶିନୀ, ପ୍ରିୟଙ୍କା ବାରିକ, ମନ୍ମଥ ସାହୁ, ବିଚିତ୍ରାନନ୍ଦ ବେହେରା, ରାଜା ସ୍ୱାଇଁ, ବିଜୟ କୁମାର ବେହେରା, ସୁଭ୍ରାନ୍ତ ଦାସ, ଶିବ ପ୍ରସାଦ ଦିକ୍ଷୀତ ଏବଂ ଅନୁଷ୍ଠାନର ସଦସ୍ୟ ସଦସ୍ୟା ଉପସ୍ଥିତ ରହି କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ । ଶେଷରେ ଉପ ସଭାପତି ବିକ୍ରମ ଦାଶ ଧନ୍ୟବାଦ ଅର୍ପଣ କରିଥିଲେ ।

Leave A Reply

Your email address will not be published.