mobile header

ସରକାର କେତେ କ’ଣ କହିଥିଲେ, ହେଲେ ଏବେ ପୁରୁଣା ପାଠର ନାଗନ୍ଧ ନାହିଁ !

ପୁଣି ସ୍କୁଲ ତ ଖୋଲିଛି, ସକାଳ ୬ଟାରୁ ୯ଟା ଯାଏଁ କ୍ଲାସ କରିବାକୁ ନିଷ୍ପତ୍ତି ମଧ୍ୟ ହୋଇଛି । ତେବେ ଏଯାଏଁ ବ୍ରିଜ୍ କୋର୍ସ ବହି ପିଲାଙ୍କୁ ମିଳିନାହିଁ । ସେହିପରି ଘରୋଇ ସଂସ୍ଥା ଦ୍ୱାରା ପିଲାଙ୍କୁ ପଢାଯିବ ବୋଲି ପୂର୍ବରୁ ବିଭାଗ କହିଥିଲେ ମଧ୍ୟ ଏଯାଏଁ ଥାର୍ଡ ପାର୍ଟି ସଂସ୍ଥା ଚୟନ କରାଯାଇନାହିଁ ।

ଲର୍ଣ୍ଣିଂ ରିକଭରି ପ୍ଲାନ୍‌ରେ କେଉଁ ବହିରୁ କେତେ କୋର୍ସ ପଢାଯିବ ଦୁଇ ଦିନ ତଳେ ସବୁ ଜିଲ୍ଲା ଶିକ୍ଷା ଅଧିକାରୀମାନଙ୍କୁ ତାଲିକା ଦେଇଛି ଓଡିଶା ସ୍କୁଲ୍ ଏଜୁକେସନ୍ କାର୍ଯ୍ୟକ୍ରମ କର୍ତ୍ତୃପକ୍ଷ (ଓସେପା) । ମହାମାରୀ ପାଇଁ ଗତ ବର୍ଷ ଆରମ୍ଭ ହୋଇଥିବା ଲର୍ଣ୍ଣିଂ ଏନ୍‌ହାନ୍‌ସମେଣ୍ଟ ପ୍ରୋଗ୍ରାମ୍ ଅନ୍ତର୍ଗତ ପଢାଇବାକୁ କୁହାଯାଇଛି । ତେବେ ଆଜି ସ୍କୁଲ ଖୋଲିବା ପରେ ସେହି ପୁରୁଣା ବହିରୁ ପାଠ ପଢାଯାଇଛି ।

ପିଲାଙ୍କ ପାଢପଢାରେ ସରକାରଙ୍କ ଖାମଖିଆଲ ନୀତିକୁ ନେଇ ଅଭିଭାବକ ମହଲରେ ତେଜୁଛି ଅସନ୍ତୋଷ । ସ୍ୱତନ୍ତ୍ର ପୁସ୍ତକ କାହିଁକି ପ୍ରସ୍ତୁତ ହୋଇପାରିଲାନି ବୋଲି ଜାଣିବାକୁ ଚାହିଁଛନ୍ତି ଅଭିଭାବକ । ଗତକାଲି ଗଣଶିକ୍ଷା ସଚିବ ବିଷ୍ଣୁପଦ ସେଠୀ କହିଥିଲେ ଯେ, ପିଲାଙ୍କ ପାଇଁ ହିଟ୍ ୱେଭ ରିସ୍କ ନାହିଁ । ଯାହାକୁ ଅଭିଭାବକ ସଂଘ ନାପସନ୍ଦ କରିଛି । ଯଦି ପିଲାଙ୍କୁ ହିଟ୍ ୱେଭ୍ ରିସ୍କ ନାହିଁ ତେବେ ସ୍ୱାଭାବିକ କ୍ଲାସ ହେଉ ବୋଲି ସଂଘ ଯୁକ୍ତି ରଖିଛି ।

ତେଣେ କେନ୍ଦ୍ରୀୟ ଓ ନବୋଦୟ ବିଦ୍ୟାଳୟଗୁଡିକ ମେ’ ମାସରେ ଗ୍ରୀଷ୍ମ ଛୁଟି ଘୋଷଣା କରିଥିବା ବେଳେ ରାଜ୍ୟ ସରକାର ଜୁନ୍ ୬ରୁ ୧୬ ଯାଏ ଖରାଛୁଟି ଘୋଷଣା କରିଛନ୍ତି । ଏହାସତ୍ତ୍ୱେ ଦୂରଦର୍ଶିତା ଅଭାବ କାରଣରୁ ଗ୍ରୀଷ୍ମ ଛୁଟି ସମୟ ପରିବର୍ତ୍ତନ କରିଥିଲେ ମଧ୍ୟ ପାଠପଢା ହୋଇପାରିବା ନେଇ ସନ୍ଦେହ ଦେଖାଦେଇଛି । ଏପଟେ ଖରାଛୁଟିକୁ ନେଇ ବିଭିନ୍ନ ମହଲରୁ ପ୍ରତିବାଦ ପରେ ସରକାର ଜୁନ୍ ବଦଳରେ ମେ’ ୧୭ରୁ ୩୧ ଯାଏଁ ଗ୍ରୀଷ୍ମଛୁଟି ଘୋଷଣା କରିପାରନ୍ତି ।

Leave A Reply

Your email address will not be published.