xmas

ଆଇପିଏସ୍‌ ସ୍ତରରେ ବଡ଼ ଅଦଳ ବଦଳ, ବଦଳିଲେ ପୁଲିସ୍ କମିଶନର

କଟକ ଡିସିପି ବଦଳିଛନ୍ତି। ତାଙ୍କୁ ପୁରୀ ଏସ୍‌ପି ଭାବେ ବଦଳି କରାଯାଇଛି।

ଭୁବନେଶ୍ବର: ଆଇଏଏସ୍‌ ପରେ ଆଇପିଏସ୍‌ ସ୍ତରରେ ହୋଇଛି ବଡ଼ ଧରଣର ଅଦଳ ବଦଳ। ଏହି ପ୍ରକ୍ରିୟାରେ ବଦଳିଛନ୍ତି ଭୁବନେଶ୍ୱର-କଟକ ପୁଲିସ୍ କମିଶନର। ପୁଲିସ୍ କମିଶନର ସୌମେନ୍ଦ୍ର ପ୍ରିୟଦର୍ଶୀଙ୍କୁ ଗୁଇନ୍ଦା ନିର୍ଦ୍ଦେଶକ ଭାବେ ବଦଳି କରାଯାଇଛି। ବରିଷ୍ଠ ଆଇପିଏସ୍ ଅଫିସର ସଞ୍ଜୀବ ପଣ୍ଡା ହୋଇଛନ୍ତି ଟ୍ୱିନ୍‌ ସିଟିର ନୂଆ ପୁଲିସ୍ କମିଶନର। ସେହିପରି କଟକ ଡିସିପି ମଧ୍ୟ ବଦଳିଛନ୍ତି। କଟକ ଡିସିପି ଥିବା ପିନାକ ମିଶ୍ରଙ୍କୁ ପୁରୀ ଏସ୍‌ପି ଭାବେ ବଦଳି କରାଯାଇଛି। ପୁରୀ ଏସ୍‌ପି କନୱର ବିଶାଲ ସିଂହଙ୍କୁ କଟକ ଡିସିପି ଭାବେ ବଦଳି କରାଯାଇଛି।

ସନ୍ତୋଷ ବାଲାଙ୍କୁ ପୁଲିସ ହାଉସିଂ ବୋର୍ଡର ଅତିରିକ୍ତ ଦାୟିତ୍ୱ ଦିଆଯାଇଛି।  ହିମାଂଶୁ ଲାଲ୍‌ଙ୍କୁ ଉତ୍ତରାଞ୍ଚଳ ଆଇଜି କରାଯାଇଥିବା ବେଳେ ଦୀପକ କୁମାର ହୋଇଛନ୍ତି ଉତ୍ତର-କେନ୍ଦ୍ରାଞ୍ଚଳ ଆଇଜି। ସତ୍ୟବ୍ରତ ଭୋଇଙ୍କୁ ପୂର୍ବାଞ୍ଚଳ ରେଂଜ ଆଇଜି କରାଯାଇଥିବା ବେଳେ ଜୟନାରାୟଣ ପଙ୍କଜଙ୍କୁ ଦକ୍ଷିଣାଞ୍ଚଳ ଆଇଜି ଭାବେ ବଦଳି କରାଯାଇଛି। 

ବି. ଯୁଗଳ କିଶୋରଙ୍କୁ କେନ୍ଦ୍ରାପଡ଼ା ଏସ୍‌ପି କରାଯାଇଥିବା ବେଳେ ମଡକର ସନ୍ଦୀପ ସଂପଦ ହୋଇଛନ୍ତି ଢେଙ୍କାନାଳ ଏସ୍‌ପି। ବିବେକାନନ୍ଦ ଶର୍ମାଙ୍କୁ ହେଡକ୍ୱାର୍ଟର୍ସ ଏଆଇଜି ଭାବେ ନୂଆ ଦାୟିତ୍ୱ ଦିଆଯାଇଛି। 

ଜ୍ଞାନରଂଜନ ମହାପାତ୍ରଙ୍କୁ  ସ୍ପେଶାଲ ବ୍ରାଞ୍ଚ ଏସ୍‌ପି ଭାବେ ବଦଳି କରାଯାଇଥିବା ବେଳେ ଅମରେଶ ପଣ୍ଡାଙ୍କୁ ପୁଲିସ୍ ମୁଖ୍ୟାଳୟ ଏଆଇଜି କରାଯାଇଛି। ପି.କେ ମିଶ୍ରଙ୍କୁ ରାଉରକେଲା ରେଲୱେ ଏସ୍‌ପି ଭାବେ ବଦଳି କରାଯାଇଥିବା ବେଳେ ରାମ ପ୍ରସାଦ ସାହୁ ହୋଇଛନ୍ତି ଦେବଗଡ଼ ଏସ୍‌ପି। ହରିଶ ବି.ସିଙ୍କୁ ରାୟଗଡ଼ା ଏସ୍‌ପି କରାଯାଇଥିବା ବେଳେ ୟଶ୍‌ପ୍ରତାପ ଶ୍ରୀମଲ ହୋଇଛନ୍ତି ସୋନପୁର ଏସ୍‌ପି।

Leave A Reply

Your email address will not be published.