ନୂତନ ଭାବେ ଯୋଗ ଦେଲେ ସମନ୍ୱିତ ଆଦିବାସୀ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ପ୍ରଶାସକ

ମାଲକାନଗିରି ତା ୦୪.୦୫.୨୨- ମାଲକାନଗିରି ଜିଲ୍ଲା ସଦର ମହକୁମାରେ ଥିବା ସମନ୍ୱିତ ଆଦିବାସୀ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ପ୍ରଶାସକ ଭାବେ ତ୍ରିନାଥ ମାଝି ଦାୟିତ୍ୱ ଗ୍ରହଣ କରିଛନ୍ତି । ସେ ଏହା ପୂର୍ବରୁ ମୟୁରଭଞ୍ଜ ଜିଲ୍ଲାର ବିଜାତଳା ବ୍ଳକରେ ବି.ଡି.ଓ ଭାବେ କାର୍ଯ୍ୟ କରୁଥିଲା ବେଳେ ପଦୋନ୍ନତି ପାଇ ମାଲକାନଗିରି ପି.ଏ ଆଇ.ଟି.ଡି.ଏ ଭାବେ ଦାୟିତ୍ୱ ଗ୍ରହଣ କରିଛନ୍ତି । ୨୦୧୨ ଠାରୁ ୨୦୧୪ ପ୍ରର୍ଯ୍ୟନ୍ତ ମାଲକାନଗିରି ଜିଲ୍ଲାର ସିମାନ୍ତ ବ୍ଲକ ତଥା ମାଓ ଗଡ ପଡିଆ ବ୍ଲକରେ ବି.ଡି.ଓ ଭାବେ କାର୍ଯ୍ୟ କରୁଥିଲେ । ଏହା ପରେ ସେ ବଦଳି ହୋଇ ଜୟପୁର , ଗୁଡାରି , ସିମିଳିଗୁଡା ଭଳି ଅନେକ ବ୍ଳକରେ ବିଡିଓ ଭାବେ ନିଜ କାର୍ଯ୍ୟ ସମ୍ପାଦନା କରୁଥିଲେ । ତେବେ ସେ ପ୍ରତ୍ୟେକ ବ୍ଲକରେ ନିଷ୍ଠାର ସହ କାର୍ଯ୍ୟ କରୁଥିଲେ । ସଦା ସର୍ବଦା ଲୋକଙ୍କ ସମସ୍ୟା ବୁଝିବା ସହ ଗାଁ ଗାଁରେ
ଥିବା ସମସ୍ୟାକୁ ମଧ୍ୟ ଗାଁକୁ ଯାଇ ଲୋକଙ୍କ ସହ ଆଲୋଚନା କରି ସେହି ସମସ୍ୟାର ସମାଧାନ କରୁଥିଲେ । ତେବେ ତାଙ୍କର କାର୍ଯ୍ୟ ଦକ୍ଷତା ଦେଖି ତାଙ୍କୁ ପୁଣି ଥରେ ମାଲକାନଗିରି ଜିଲ୍ଲାର ସମନ୍ୱିତ ଆଦିବାସୀ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ପ୍ରଶାସକ ଭାବେ ପୁଣି ଥରେ ମାଲକାନଗିରି ଜିଲ୍ଲାରେ କାର୍ଯ୍ୟ ଭାର ଗ୍ରହଣ କରିଛନ୍ତି । ଜିଲ୍ଲାର ଲାଲଗଡ କୁହାଯାଉଥିବା ବର୍ତମାନର ସ୍ୱାଭିମାନ ଅଂଚଳ ଉପରେ ଅଧିକ ଗୁରୁତ୍ୱଦେଇ ଲୋକ ମାନଙ୍କ ଜୀବନ ଜୀବିକା ଠାରୁ ଆରମ୍ଭ କରି ଅଂଚଳର ବିକାଶ ଉପରେ ଅଧିକ ଗୁରୁତ୍ୱ ଦେବେ ବୋଲି ଶ୍ରୀ ମାଝି ପ୍ରକାଶ କରିଛନ୍ତି ।

Leave A Reply

Your email address will not be published.