ମୋ ସରକାରକୁ ଚ୍ୟାଲେଞ୍ଜ:ଏତଲା ହଜାଇଦେଲେ ପୋଲିସ ବାବୁ! ମଞ୍ଚେଶ୍ୱର ଆଇଆଇସିଙ୍କ ନାଁରେ ସାଂଘାତିକ ଅଭିଯୋଗ,

ଅମିତାଞ୍ଜଳି ଜେନା,ବୟସ -୪୧, ଘର ରସୁଲଗଡ, ଭୁବନେଶ୍ୱର ।ଥାନାକୁ ଦୌଡି ଦୌଡି ମହିଳା ଜଣକ ମାନସିକ ଭାବରେ ଏତେ ଭାଙ୍ଗି ପଡିଛନ୍ତି ଯେ, ଶେଷରେ ଥାନା ଅଧିକାରୀଙ୍କ ନାମରେ ଅଭିଯୋଗ କରିବା ପାଇଁ ଡିସିପିଙ୍କ କାର୍ଯ୍ୟାଳୟର ଦ୍ୱାରସ୍ଥ ହୋଇଛନ୍ତି । ମହିଳା ଜଣକ ଏମିତି ଏକ ଅଭିଯୋଗ ଆଣିଛନ୍ତି , ଯାହା ଶୁଣିଲେ ପୁଲିସ ଉପରୁ ସାଧାରଣ ଲୋକଙ୍କ ଭରସା ଉଠିଯିବ, ଥାନାକୁ ଯିବାକୁ ଆପଣ ଭୟ କରିବେ । ଅସହାୟ ଏହି ମହିଳା କେଉଁ କାରଣ ପାଇଁ ଥାନାକୁ ଯାଇଥିଲେ ଏବଂ ନିଜ ଅଭିଯୋଗ ପତ୍ରରେ କଣ ସବୁ ଲେଖିଥିଲେ ତାହା ଭିନ୍ନ କଥା । କିନ୍ତୁ ସବୁଠୁ ବଡ କଥା ହେଉଛି – ନ୍ୟାୟ ଆଶାରେ ଥାନାର ଦ୍ୱାରସ୍ଥ ହୋଇଥିବା ମହିଳାଙ୍କ ଅଭିଯୋଗ ପତ୍ରକୁ ଆଇଆଇସି ଗାଏବ କରି ଦେଇଛନ୍ତି

।ଏକ ଜମିଜମା ଗଣ୍ଡଗୋଳକୁ ନେଇ ଉକ୍ତ ସ୍ଥାନରେ କୋର୍ଟଙ୍କ ସ୍ଥିତାବସ୍ଥା ଆଦେଶ ବଳବତର ରହିଛି । ମାମଲା ରଫାଦଫା ନହେବା ପର୍ଯ୍ୟନ୍ତ ଉକ୍ତ ସ୍ଥାନର ସମସ୍ତ କାମ ସ୍ଥଗିତ ରହିବ । ହେଲେ କୋର୍ଟଙ୍କ ନିର୍ଦ୍ଦେଶକୁ ମଂଚେଶ୍ୱର ଥାନା ଅଧିକାରୀ ଖୁଲମଖୁଲା ଉଲ୍ଲଂଘନ କରିଥିବା ଅଭିଯୋଗ ଆଣିଛନ୍ତି ଅମିତାଞ୍ଜଳିଙ୍କ ଓକିଲ ।

Leave A Reply

Your email address will not be published.