xmas

ମାଲକାନଗିରି ଜିଲ୍ଲା ବିଜୁ ଜନତା ଦଳ ତରଫରୁ ବିଜୁ ବାବୁଙ୍କର ୧୦୮ତମ ଜନ୍ମ ଦିବସ ପାଳନ ଏବଂ ଜୀବନ ବିନ୍ଦୁ ରକ୍ତଦାନ ଶିବିର ଅନୁଷ୍ଠିତ

ମାଲକାନଗିରି: ମହାନ ଜନନାୟକ, ପୂର୍ବତନ ମୁଖ୍ୟମନ୍ତ୍ରୀ ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ଜୟନ୍ତୀରେ ଶ୍ରଦ୍ଧାଞ୍ଜଳି। ବିଜୁବାବୁଙ୍କ ଆଦର୍ଶ, ସେବା, ସ୍ୱାଭିମାନ ଓ ସଂଗ୍ରାମର ମନ୍ତ୍ର ପ୍ରତିଟି ଓଡ଼ିଆଙ୍କୁ ସର୍ବଦା ଅନୁପ୍ରାଣିତ କରିବ। ଆଧୁନିକ ଓଡ଼ିଶା ନିର୍ମାଣର ମୂଳଦୁଆ ରଖି ରାଜ୍ୟ ପ୍ରଗତିକୁ ନୂଆ ଦିଗ ଦେଇଥିଲେ ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକ। ଓଡ଼ିଶାକୁ ଶିଳ୍ପ ସମୃଦ୍ଧି ପଥରେ ଅଗ୍ରଣୀ କରିବା ସହ ଓଡ଼ିଆ ଅସ୍ମିତାକୁ ବଜାୟ ରଖିବାରେ ବିଜୁବାବୁଙ୍କ ଅବଦାନ ଚିରସ୍ମରଣୀୟ । ରାଷ୍ଟ୍ରବାଦୀ ନେତା ବିଜୁ ବାବୁଙ୍କର ୧୦୮ତମ ଜନ୍ମ ଦିବସ ପାଳନ ଉପଲକ୍ଷେ ମାଲକାନଗିରି ଜିଲ୍ଲା ବିଜୁ ଜନତା ଦଳ ତରଫରୁ ବିଜୁ ଜନତା ଦଳ ଜିଲ୍ଲା ସଭାପତି ତଥା ପୂର୍ବତନ ବିଧାୟକ ମାନସ ମାଡକାମିଙ୍କ ନେତୃତ୍ୱରେ ମାଲକାନଗିରି ଜିଲ୍ଲାର ୨ଟି ନିର୍ବାଚନ ମଣ୍ଡଳୀ, ବ୍ଲକ, ଏବଂ ସହରାଞ୍ଚଳରେ ମହା ସମାରୋହରେ ପାଳନ କରାଯିବା ସହ ମାଲକାନଗିରି ସହରର ଜିଲ୍ଲାପାଳ କାର୍ଯ୍ୟାଳୟ ସମ୍ମୁଖ ସ୍ଥିତ ବିଜୁ ବାବୁଙ୍କ ପ୍ରତିମୂର୍ତ୍ତିରେ ଆଜି ସକାଳ ୧୦ ଘଣ୍ଟିକା ସମୟରେ ମାଲ୍ୟାର୍ପଣ ସହିତ ପ୍ରଦୀପ ପ୍ରଜ୍ଵଳନ କରି ବିଜୁ ବାବୁଙ୍କ ଜନ୍ମ ଜୟନ୍ତୀ ବହୁ ଆଡମ୍ବର ସହ ପାଳନ କରାଯାଇଛି । ଆଜିର ବିଜୁ ବାବୁଙ୍କ ଜୟନ୍ତୀ କାର୍ଯ୍ୟକ୍ରମରେ ଅନ୍ୟତମ ଅତିଥି ମାନଙ୍କ ମଧ୍ୟରେ ଚିତ୍ରକୋଣ୍ଡା ବିଧାୟକ ପୁର୍ଣ ଚନ୍ଦ୍ର ବାକା, ଜିଲ୍ଲା ବିଜେଡି କାର୍ଯ୍ୟକାରୀ ସଭାପତି ଦୁର୍ଗା ପ୍ରସାଦ ତ୍ରିପାଠୀ, ରାଜ୍ୟ ଜାଗା ମିଶନ୍ ଉପଦେଷ୍ଟା ହରିଶଙ୍କର ରାଉତ, ବିଜେଡି ଉପଦେଷ୍ଟା ରାଜେନ୍ଦ୍ର ପଣ୍ଡା, ଜିଲ୍ଲା ଆଇନଜୀବୀ ସାମ୍ମୁଖ୍ୟ ସଭାପତି ଗୋପାଳ କୃଷ୍ଣ ପଣ୍ଡା, ପୋୖର ଅଧ୍ୟକ୍ଷ ମନୋଜ କୁମାର ବାରିକ, ବିଜେଡି ଉପଦେଷ୍ଟା ତପନ ସାନା, ପୋୖର ଉପାଧ୍ୟକ୍ଷ କବିତା ମୋହନ୍ତ, ବିଜେଡି ମହିଳା ନେତ୍ରୀ ସୁକାନ୍ତି ବୁରୁଦା, ବିଜେଡି ଉପ ସଭାପତି ଡନେଲ ପୋଟଲା, ପୋୖର ପରିଷଦ ବିଜେଡି ସଭାପତି ପି.ସାଇ, ବ୍ଲକ ସଭାପତି ହେମନ୍ତ ପଟ୍ଟନାୟକ, ପୋୖର ପରିଷଦ ଯୁବ ସଭପତି ଅଟାଲ ରାଜୁ, ପୋୖର ପରିଷଦ ଛାତ୍ର ସଭାପତି ଶଙ୍କର ପାଣିଗ୍ରାହୀ ପ୍ରମୁଖଙ୍କ ସହ ଆଜିର କାର୍ଯ୍ୟକ୍ରମକୁ ବିଜେଡି ଜିଲ୍ଲା ସାଧାରଣ ସମ୍ପାଦକ ପ୍ରଭାକର ପ୍ରଧାନ ପରିଚାଳନା କରିଥିବା ବେଳେ ମାଲକାନଗିରି ଜିଲ୍ଲା ବିଜୁ ଜନତା ଦଳର ନିର୍ବାଚିତ ଜନପ୍ରତିନିଧି, ଦଳୀୟ କାର୍ଯ୍ୟକର୍ତ୍ତା, ପ୍ରମୁଖ ଦଳୀୟ ସଂଗଠନର କାର୍ଯ୍ୟକର୍ତ୍ତା, ସକ୍ରିୟ ସଦସ୍ୟ ସଦସ୍ୟା, ଦଳୀୟ କର୍ମୀ, ବିଜୁ ବାବୁଙ୍କ ଅନୁଗାମୀ ଏବଂ ଜନସାଧାରଣଙ୍କ ଉପସ୍ଥିତିରେ ଏକ ସାଧାରଣ ସଭା ଆୟୋଜନ କରାଯାଇ ନିଃସ୍ୱାର୍ଥପର ଲୋକ ସେବାର ପ୍ରତୀକ, ପ୍ରବାଦ ପୁରୁଷ, ମହାନ୍ ରାଷ୍ଟ୍ରନୀତିଜ୍ଞ ତଥା ସ୍ୱାଧୀନତା ସଂଗ୍ରାମୀ ବିଜୁ ବାବୁଙ୍କର ଆମ ଦେଶ ତଥା ଜାତି ପ୍ରତି ତାଙ୍କର ଅମୂଲ୍ୟ ଅବଦାନ ଏବଂ ପୂର୍ବ ବିକଶିତ ଓଡ଼ିଶା ନିର୍ମାଣ ଦିଗରେ ତାଙ୍କର ଅବିଶ୍ରାନ୍ତ ସଂଗ୍ରାମ ବିଷୟରେ ସବିଶେଷ ଆଲୋଚନା କରାଗଲା। ବିଜୁ ପଟ୍ଟନାୟକଙ୍କ ୧୦୮ତମ ଜୟନ୍ତୀ ଅବସରରେ ଓଡିଶା ମୋ ପରିବାର-ଜୀବନ ବିନ୍ଦୁ ପକ୍ଷରୁ ଓଡିଶା ମୋ ପରିବାର-ଜୀବନ ବିନ୍ଦୁ ମାଲକାନଗିରି ଜିଲ୍ଲା ସଂଯୋଜକ ମାନସ ମାଡକାମିଙ୍କ ନେତୃତ୍ୱରେ ମାଲକାନଗିରି ସଦର ବ୍ଲକର ଗୌଡ଼ଗୁଡା ଗ୍ରାମ ପଞ୍ଚାୟତ ର ଏମ୍ ଭି ୯ ଗ୍ରାମରେ ଜୀବନ ବିନ୍ଦୁ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି ।

Leave A Reply

Your email address will not be published.