ଜିଲ୍ଲା ପ୍ରଶାସନ ପକ୍ଷରୁ ଅଭିଯୋଗ ଶୁଣାଣୀ କାର୍ଯ୍ୟକ୍ରମ ଅନୁଷ୍ଠିତ

ମାଲକାନଗିରି, ୫।୩: ମାଲକାନଗିରି ଜିଲ୍ଲା ଜିଲ୍ଲା ଡିଆରଡିଏ କାର୍ଯ୍ୟଳୟରେ ଜିଲ୍ଲା ପ୍ରଶାସନ ପକ୍ଷରୁ ଅଭିଯୋଗ ଶୁଣାଣୀ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ଜିଲ୍ଲାପାଳ ସଚିନ ପାୱାର ପ୍ରକାଶ, ପିଡି ଡିଆରଡିଏ ରତ୍ନାକର ସାହୁ, ଜିଲ୍ଲା ମୁଖ୍ୟ ସ୍ୱାସ୍ଥ୍ୟ ଅଧିକାରୀ ଡ.ପ୍ରଫୁଲ୍ଲ କୁମାର ନନ୍ଦ ମଞ୍ଚାସୀନ ଥିବା ବେଳେ ଅନେକ ବିଭାଗର ବିଭାଗୀୟ ଅଧିକାରୀ ମାନେ ଉପସ୍ଥିତ ଥିଲେ । ଏହି ଅବସରରେ ସ୍ଥାନୀୟ ଲୋକଙ୍କ ଓ ବିଭିନ୍ନ ସାମୁହିକ ସମସ୍ୟାର ଶୁଣାଣୀ କରଯାଇଥିଲା । ସ୍ଥାନୀୟ ଲୋକେ ଉପସ୍ଥିତ ରହି ମୋଟ ୨୫ଟି ବିଭିନ୍ନ ସମସ୍ୟା ବିଷୟରେ ନିଜର ଅଭିଯୋଗ ପତ୍ର ଦେଇଥିବା ବେଳେ ଉପସ୍ଥିତ ଅଧିକାରୀ ମାନେ ଏହାର ଶୁଣାଣୀ କରି ତ୍ଵରିତ ପଦକ୍ଷେପ ପାଇଁ ନିର୍ଦେଶ ଦେଇଥିଲେ ।

Leave A Reply

Your email address will not be published.