ହଠାତ୍ ଲଗ୍ ଆଉଟ୍ ହୋଇଗଲା ଫେସ୍‌ବୁକ୍ ଓ ଇନଷ୍ଟାଗ୍ରାମ; ଲଗ୍‌ ଇନ୍ କଲେ ଖୋଲୁ ନାହିଁ

ନୂଆଦିଲ୍ଲୀ: ହଠାତ୍ ଲଗ୍ ଆଉଟ୍ ହୋଇଗଲା ଫେସ୍‌ବୁକ୍ ଓ ଇନଷ୍ଟାଗ୍ରାମ। ଆଉ ଲଗ୍‌ ଇନ୍ କଲେ ଖୋଲୁ ନାହିଁ। ସାରା ବିଶ୍ୱରେ ଏଭଳି ସମସ୍ୟା ଦେଖା ଦେଇଛି। ମେଟାର ସୋସିଆଲ୍ ମିଡିଆ କମ୍ପାନୀ ବିଶ୍ୱଭରି ଡାଉନ୍ ହୋଇଯାଇଥିବା ସୂଚନା ମିଳିଛି। ହଠାତ୍ ଲଗ୍‌ ଆଉଟ ହେବା ପରେ ୟୁଜର ଫେସ୍‌ବୁକ୍‌କୁ ଓପନ କରିଥିଲେ। ହେଲେ ଅନ୍ଏବୁଲ୍‌ଟୁ ଲଗ୍‌ ଇନ ଲେଖାଯାଉଛି। ଖବର ଲେଖାଯିବା ସୁଦ୍ଧା ଦୁଇଟି ସୋସିଆଲ୍ ମିଡିଆ ସାଇଟ୍ ବନ୍ଦ ରହିଛି।

ଇନ୍‌ଷ୍ଟା ଗ୍ରାମ ଖୋଲିଲା ବେଳକୁ କୁଡ୍‌ ନଟ ରିଫ୍ରେସ୍ ଲେଖୁଛି। ଫେସ୍‌ବୁକ୍‌ ଲଗ୍ ଇନ୍ ହୋଇଥିବା ବେଳେ ହଠାତ୍ ସିଜନ ଏକ୍ସପାୟାର ଲେଖି ଲଗ୍‌ଆଉଟ୍ ହୋଇଗଲା। ଏହାପର ଠାରୁ ଆଉ ଲଗ୍‌ ଇନ୍ ହେଉ ନାହିଁ।

ସୋସିଆଲ୍ ମିିଡିଆ ସାଇଟ୍ ଟ୍ରାକ୍ କରୁଥିବା ସାଇଡ୍‌ ଡାଉନଡିଟେକ୍ଟରର ରିପୋର୍ଟ ଅନୁସାରେ ବିଶ୍ୱରେ ୩,୦୦,୦୦୦ ଫେସ୍‌ବୁକ ଆକାଉଣ୍ଟ ୪୭ ହଜାର ଇନ୍‌ଷ୍ଟାଗ୍ରାମ୍ ଆକାଉଣ୍ଟ ଡାଉନ୍ ହୋଇଛି। ସମସ୍ୟା ନେଇ ସାରା ବିଶ୍ୱରେ ଲୋକ ଚିନ୍ତିତ ଥିବା ବେଳେ ମେଟା ପକ୍ଷରୁ କିନ୍ତୁ କୌଣସି ସୂଚନା ଜାରି କରାଯାଇ ନାହିଁ। ରାତି ୮.୫୬ ମିନିଟ୍ ସମୟରେ ଏହି ସମସ୍ୟା ଦେଖା ଦେଇଛି। ସେହିପରି ୟୁଟ୍ୟୁବ ମଧ୍ୟ ଡାଇନ୍ ହୋଇଥିବା ସୂଚମା ମିଳୁଛି।

Leave A Reply

Your email address will not be published.