ପ୍ରକାଶ ପାଇଲା ୟୁପିଏସସି ପରୀକ୍ଷା ୨୦୨୩ ଫଳ: ଆଦିତ୍ୟ ଶ୍ରୀବାସ୍ତବ ଟପ୍ପର, ଓଡ଼ିଆ ପୁଅ ଅନିମେଶ ପ୍ରଧାନ ଦ୍ୱିତୀୟ

ନୂଆଦିଲ୍ଲୀ: ୟୁପିଏସସି ପରୀକ୍ଷା ୨୦୨୩ ଫଳ ପ୍ରକାଶ ପାଇଛି। ଚଳିତ ବର୍ଷ ଆଦିତ୍ୟ ଶ୍ରୀବାସ୍ତବ ଏବଂ ଓଡ଼ିଶାର ଅନିମେଶ ପ୍ରଧାନ ଯଥାକ୍ରମେ ପ୍ରଥମ ଏବଂ ଦ୍ବିତୀୟ ସ୍ଥାନରେ ରହିଛନ୍ତି। ସେହିପରି ତୃତୀୟ ସ୍ଥାନରେ ଡୋନୁରୁ ଅନନ୍ୟା ରେଡ୍ଡୀ ଅଛନ୍ତି।

ନିଯୁକ୍ତି ପାଇଁ ମୋଟ ୧୦୧୬ ପ୍ରାର୍ଥୀଙ୍କୁ ସୁପାରିଶ କରାଯାଇଛି। ଏହି ପରୀକ୍ଷାରେ ଯୋଗ୍ୟତା ହାସଲ କରିଥିବା ପ୍ରାର୍ଥୀଙ୍କ ସଂଖ୍ୟା ୟୁପିଏସସି ଦ୍ୱାରା ପ୍ରକାଶ ପାଇଛି। ୩୫୫ ଜଣ ପ୍ରାର୍ଥୀଙ୍କ ପ୍ରାର୍ଥୀପତ୍ର ଅସ୍ଥାୟୀ ଭାବରେ ରଖାଯାଇଛି ।

ମୋଟ ୩୪୭ ସାଧାରଣ ପ୍ରାର୍ଥୀ, ୧୧୬ ଇଡବ୍ଲୁଏସ ବର୍ଗ ପ୍ରାର୍ଥୀ, ୩୦୩ ଓବିସି, ୧୬୫ ଏସସି ଏବଂ ୮୬ ଏସଟି ପ୍ରାର୍ଥୀ ମନୋନୀତ ହୋଇଛନ୍ତି।

ୟୁପିଏସସି ପ୍ରତିବର୍ଷ ତିନୋଟି ପର୍ଯ୍ୟାୟରେ ସିଭିଲ ସର୍ଭିସେସ୍ ପରୀକ୍ଷା କରାଇଥାଏ, ଏଥିରେ ଭାରତୀୟ ପ୍ରଶାସନିକ ସେବା (IAS), ଭାରତୀୟ ବୈଦେଶିକ ସେବା (IFS) ଏବଂ ଭାରତୀୟ ପୁଲିସ ସେବା (IPS)ର ଅଧିକାରୀ ଚୟନ କରାଯାଇଥାଏ। ଏଥିପାଇଁ ତିନିଟି ପର୍ଯ୍ୟାୟ ପ୍ରାଥମିକ, ମୁଖ୍ୟ ଏବଂ ସାକ୍ଷାତକାର ପରୀକ୍ଷା ହୋଇଥାଏ।

୨୦୨୩ ବର୍ଷ ପାଇଁ ହୋଇଥିବା ପରୀକ୍ଷାରେ ମୋଟ ୧,୦୧୬ ଜଣ ପ୍ରାର୍ଥୀ କୃତକାର୍ଯ୍ୟ ହୋଇଛନ୍ତି। ଏମାନଙ୍କ ମଧ୍ୟରୁ ଓଡ଼ିଶାରୁ ପ୍ରଜ୍ଞାନନ୍ଦନ ଗିରି ୨୪ ରାଙ୍କ ପାଇଥିବା ବେଳେ ୩୬ ନଂ ରାଙ୍କରେ ଅଛନ୍ତି ଆୟୁଷି ପ୍ରଧାନ। ସେହିପରି ଜୟଶ୍ରୀ ପ୍ରଧାନ(୫୨), ଅଭିମନ୍ୟୁ ମଲ୍ଲିକ(୬୦), ଅମ୍ରିତାଂଶୁ ନାୟକ(୧୧୦), ଯଶୋବନ୍ତ ମଲ୍ଲିକ(୧୧୫), ପଦ୍ମନାଭ ମିଶ୍ର(୧୭୬) ସ୍ଥାନରେ ଅଛନ୍ତି। 

Leave A Reply

Your email address will not be published.