କଂଗ୍ରେସ ସାଂସଦ ଓ ବିଧାୟକ ପ୍ରାର୍ଥୀଙ୍କ ଜୋରଦାର ପ୍ରଚାର

ମାଲକାନଗିରି, ୧୬/୪: ଆଜି ମାଲକାନଗିରିରେ କଂଗ୍ରେସର ନବରଙ୍ଗପୁର ସାଂସଦ ପ୍ରାର୍ଥୀ ଭୁଜବଳ ମାଝି ଏବଂ ମାଲକାନଗିରି ପ୍ରାର୍ଥୀ ମାଲା ମାଢି ତଥା ଚିତ୍ରକୋଣ୍ଡା ପ୍ରାର୍ଥୀ ମଙ୍ଗୁ ଖିଲଙ୍କ ଜୋରଦାର ପ୍ରଚାର। ଆଜି ସାଂସଦ ପ୍ରାର୍ଥୀ ଭୁଜବଳ ମାଝିଙ୍କୁ ମାଲକାନଗିରି ସୀମାନ୍ତରେ ଥିବା ଗୋବିନ୍ଦପାଲ୍ଲୀ ଠାରେ ଭବ୍ୟ ସ୍ୱାଗତ କରିଥିଲେ। ପରେ ମାଥିଲି, ପାଙ୍ଗମ କୋତାମେଟା, ପାଣ୍ଡ୍ରିପାଣି ଏବଂ ମାଲକାନଗିରିରେ ଠାରୁ କାଲିମେଳା, ମୋଟୁ ପର୍ଯ୍ୟନ୍ତ କଂଗ୍ରେସର ଧୂଆଁ ଧାର ପ୍ରଚାର କରାଯାଇଥିଲା ଏହା ସହ ଶ୍ରୀ ମାଝିଙ୍କୁ ସ୍ୱାଗତ କରାଯିବା ସହ କଂଗ୍ରେସକୁ ଭୋଟ ଭିକ୍ଷା କରିଥିଲେ। କଂଗ୍ରେସର ୯ ଗ୍ୟାରେଣ୍ଟି କାର୍ଡ ମଧ୍ୟ ବଣ୍ଟନ କରାଯାଇଥିଲା। କଂଗ୍ରେସ ଆସିଲେ ଲୋକଙ୍କର ବିକାଶ ସହ ଜିଲ୍ଲାର ବିକାଶ ଦ୍ରୁତ ଗତିରେ ହେବ ବୋଲି ପ୍ରତିଶ୍ରୁତି ଦେଇଥିଲେ। ଜିଲ୍ଲା କଂଗ୍ରେସ ସଭାପତି ଗୋବିନ୍ଦ ପାତ୍ରଙ୍କ ନେତୃତ୍ୱରେ ଇସାକ ଖସଲା, ଜି ଶ୍ରୀନିବାସ ରାଓ, କେଶୁ ରାଓ, ପଦ୍ମ ପାଙ୍ଗି, ପର୍ଶୁରାମ ଭକ୍ତ, ପ୍ରାଣ କୃଷ୍ଣ ମଣ୍ଡଳ ପ୍ରମୁଖ ଉପସ୍ଥିତ ଥିଲେ।

Leave A Reply

Your email address will not be published.