mobile header

ଟିପିଏସ୍‌ଓଡିଏଲ୍ ପକ୍ଷରୁ ଏହାର ଡିଜିଟାଲ୍ ସାକ୍ଷରତା ଅଭିଯାନ ଅଧୀନରେ
୪୦୦ରୁ ଅଧିକ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀଙ୍କୁ ପ୍ରଶିକ୍ଷଣ

ବ୍ରହ୍ମପୁର / ଭୁବନେଶ୍ୱର: ଡିଜିଟାଲ୍ ଶିକ୍ଷଣୀୟ ଆଉଟ୍‌ରିଚ୍‌ରେ ଉନ୍ନତି ଆଣିବା ଲକ୍ଷ୍ୟ ନେଇ ଦକ୍ଷିଣ ଓଡ଼ିଶାରେ ବିଦ୍ୟୁତ
ଆବଂଟନ ପାଇଁ ଟାଟା ପାୱାର ଓ ଓଡ଼ିଶା ସରକାରଙ୍କ ଯୌଥ ଉଦ୍ୟୋଗ ଟିପି ସଦର୍ଣ୍ଣ ଓଡ଼ିଶା ଡିଷ୍ଟ୍ରିବ୍ୟୁସନ ଲିମିଟେଡ୍‌
(ଟିପିଏସ୍‌ଓଡିଲ୍‌) ଏହାର ସମସ୍ତ ଲାଇସେନ୍ସପ୍ରାପ୍ତ କାର୍ଯ୍ୟ କ୍ଷେତ୍ର ଅଂଚଳରେ ଡିଜିଟାଲ୍ ସାକ୍ଷରତା ଅଭିଯାନ ଆୟୋଜନ
କରାଯାଇଛି । ଏହି ଜିଲ୍ଲାଗୁଡ଼ିକରେ ସାମିଲ ରହିଛି ଗଂଜାମ, ଗଜପତି, କୋରାପୁଟ, ରାୟଗଡ଼ା, ମାଲକାନଗିରି,
ନବରଙ୍ଗପୁର, କନ୍ଧମାଳ ଓ ବୌଦ୍ଧ । ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ (ଏସ୍‌ଏଚ୍‌ଜି) ସଦସ୍ୟା, ଯୁବବର୍ଗ, କଲେଜ
ଯାଉଥିବା ଛାତ୍ରୀ, ପଂଚାୟତିରାଜ ପ୍ରତିନିଧି, ଆଶା ଓ ଅଙ୍ଗନବାଡ଼ି କର୍ମୀଙ୍କ ପ୍ରଶିକ୍ଷଣ ପାଇଁ ଏନଜିଓ ସହଯୋଗୀ ସହ ମିଶି
କଂପାନି ଅଧିକାରୀମାନେ ଘର ଘର ବୁଲି ଅଭିଯାନ ଚଲାଉଛନ୍ତି ।
ଗ୍ରାମୀଣ ଗୋଷ୍ଠୀଙ୍କୁ ଡିଜିଟାଲ୍ ଦୁନିଆ ବିଷୟରେ ଅବଗତ କରିବା ଲକ୍ଷ୍ୟ ନେଇ ଏହି ଅଭିଯାନର ଶୁଭାରମ୍ଭ କରାଯାଇଛି ।
କଂପାନି ପକ୍ଷରୁ ଅଭିଯାନ ସମୟରେ ଅନଲାଇନ ପେମେଂଟ୍‌ର ବିଭିନ୍ନ ଦିଗ ଉପରେ ଆଇଇସି (ସୂଚନା, ଶିକ୍ଷା,
ଯୋଗାଯୋଗ) ଉପକରଣ ବିତରଣ କରାଯାଉଛି । ଏହି ଅଭିଯାନ ହିତାଧିକାରୀମାନଙ୍କୁ ଡିଜିଟାଲ୍ ଦୃଶ୍ୟପଟ୍ଟକୁ ଭଲ ଭାବେ
ବୁଝାଇଥିବା ଏବଂ ଡିଜିଟାଲ୍ ପେମେଂଟ୍‌ର ଲାଭ ବିଷୟରେ ଜାଣିବାରେ ସହାୟକ ହେଉଛି । ଏକ ସାମାଜିକ କଲ୍ୟାଣ
ସଂଗଠନ ଏଆଇଡିଇଏନ୍‌ଟି ଏନଜିଓ ସହଯୋଗୀଙ୍କ ସହଯୋଗରେ ଟିପିଏସ୍‌ଓଡିଏଲ୍ ପକ୍ଷରୁ ଏହି ଅଭିଯାନର ସଫଳତା
ପାଇଁ ଦୁର୍ଗମ ପାହାଡ଼ିଆ ଅଂଚଳ ଓ ଆଦିବାସୀ ଗ୍ରାହକଗୁଡ଼ିକରେ ଘର ଘର ପରିଦର୍ଶନ କରାଯାଉଛି । ଯେକୌଣସି ପ୍ରକାର
ବିଦ୍ୟୁତ ସମସ୍ୟାର ସାହାଯ୍ୟ ପାଇଁ ୧୮୦୦-୩୪୫-୬୭୯୭/୧୯୧୨ ଡାଏଲ୍ କରିବା ଲାଗି ଗ୍ରାହକମାନଙ୍କ ମଧ୍ୟରେ
ସଚେତନତା ସୃଷ୍ଟି କରାଯାଉଛି ।
“ବଡ଼ ଧରଣର ଗୋଷ୍ଠୀ ବିକାଶ ଉପରେ ଆମେ ଆମର ଗୁରୁତ୍ୱ ସର୍ବଦା ବଜାୟ ରଖିଛୁ । ଏଠାରେ ଉଲ୍ଲେଖଯୋଗ୍ୟ ଯେ
ଆମେ ଲୋକମାନଙ୍କୁ ଢିଜିଟାଲ ବିଷୟରେ ଅବଗତ କରୁଛୁ ଯାହା ଜରିଆରେ ସେମାନେ ଭବିଷ୍ୟତ ପାଇଁ ପ୍ରସ୍ତୁତ
ରହିପାରିବେ । ସମାଜକୁ ବଡ଼ ଧରଣର ଲାଭ ପହଂଚାଇବା ଓ ଡିଜିଟାଲ ବିଭେଦକୁ ଦୂର କରିବା ଲାଗି ଆମେ ପଦକ୍ଷେପ
ଗ୍ରହଣ ଜାରି ରଖିବୁ ବୋଲି ଟିପି ସଦର୍ଣ୍ଣ ଓଡ଼ିଶା ଡିଷ୍ଟ୍ରିବ୍ୟୁସନ ଲିମିଟେଡ୍‌ର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଶ୍ରୀଯୁକ୍ତ
ଅରବିନ୍ଦ ସିଂହ କହିଛନ୍ତି ।’’

Leave A Reply

Your email address will not be published.