ସିନ୍ଦ୍ରିମାଲ ଗ୍ରାମ ପଞ୍ଚାୟତରେ ମୌଳିକ ସମସ୍ୟା ଉପରେ ନୂତନ ଜନ ପ୍ରତିନିଧିଙ୍କୁ ନେଇ ବୈଠକ

ମାଲକାନଗିରି ବ୍ଲକ ର ସିନ୍ଦ୍ରିମାଲ ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ୬ ଗୋଟି ୱାର୍ଡ କୁ ନେଇ ଏକ ସ୍ୱତନ୍ତ୍ର ଭାବେ ବିଭିନ୍ନ ମୌଳିକ ସମସ୍ୟା ଉପରେ ଚମ୍ପାଖାରୀ ଗ୍ରାମର ମା କନକ ଦୁର୍ଗା ମନ୍ଦିର ପ୍ରାଙ୍ଗଣରେ ନୂତନ ଜନ ପ୍ରତିନିଧିଙ୍କୁ ନେଇ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି ।ଉକ୍ତ ବୈଠକ ରେ ମୁଖ୍ୟ ଅତିଥି ଭାବରେ ମାନ୍ୟବର ପୂର୍ବତ୍ତନ ବିଧାୟକ ତଥା ସ୍ୱତନ୍ତ୍ର ଉନ୍ନୟନ ପରିଷଦ ଅଧ୍ୟକ୍ଷ ମାନସ ମାଡକାମୀ ,ଓ ସମ୍ମାନିତ ଅତିଥି ଭାବରେ ମାଲକାନଗିରି ବ୍ଲକ ଅଧ୍ୟକ୍ଷା ଗୌରୀ ପଡ଼ିଆମୀ ଯୋଗ ଦେଇ ସିନ୍ଦ୍ରିମାଲ ଗ୍ରାମ ପଞ୍ଚାୟତ ର ୬ଟି ୱାର୍ଡ ର ମୁଖ୍ୟ ସମସ୍ୟା ପିଇବା ପାଣି ,ମୋବାଇଲ୍ ଟାୱାର ,ପଞ୍ଚାୟତ ର ସମସ୍ତ ମୁଖ୍ୟ ରାସ୍ତାର ନିର୍ମାଣ ,ସ୍ଥାୟୀ ଘର ବାରି ପଟ୍ଟା ,ମିଶନ ଶକ୍ତି ଗୃହ ,ଗୋଷ୍ଠି କେନ୍ଦ୍ର ,ନୂତନ ବିଜୁ ପକା ଘର ଓ ନୂତନ ଆବାସ ଗୃହ ପାଇଁ ପୁଙ୍ଖାନୁପୁଙ୍ଖ ଭାବରେ ଆଲୋଚନା କରିବା ସହ ଲୋକଙ୍କ ଘରର ମନ ଇଛା ବିଦ୍ୟୁତ ବିଲ୍ ଦେବା ଓ ସତୀଗୁଡା ଡ୍ୟାମ୍ ସାଇଟ ଭୈରବୀ ମନ୍ଦିର ଛକ ଠାରୁ ୮କିମି ଇକୋ ପାର୍କ ରାସ୍ତାର କିଭଳି ଉନ୍ନତି କରଣ ହେବ ଆଲୋଚନା ହୋଇଥିଲା । ଏଥିରେ ମାନ୍ୟବର ପୂର୍ବତ୍ତନ ବିଧାୟକ ମାନସ ମାଡକାମୀ ଜିଲ୍ଲାପାଳ ଙ୍କ ସହ ଆଲୋଚନା କରି ଓ ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଅବଗତ କରି କିଭଳି ସ୍ଥାୟୀ ଘର ବାରି ପଟ୍ଟା ,ବସୁଧା ଯୋଜନାରେ ପିଇବା ପାଣି ,ମୋବାଇଲ ଟାୱାର ଓ ସତୀଗୁଡା ମୁଖ୍ୟ ଇକୋ ପାର୍କ ନୂତନ ରାସ୍ତା ଯଥା ଶୀଘ୍ର କରିବା ପାଇଁ ପ୍ରତିଶ୍ରୁତି ଦେଲେ । ଏହି ସ୍ୱତନ୍ତ୍ର ସଭାରେ ଅନ୍ୟମାନଙ୍କ ମଧ୍ୟରେ ସିନ୍ଦ୍ରିମାଲ ସରପଞ୍ଚ ଘାସି ନାୟକ ,ବରିଷ୍ଠ ଆଇନଜୀବୀ ଲୋମ୍ବଧର ତୁରୁକ ,ସମାଜସେବୀ ତଥା ଚମ୍ପାଖାରୀ ୱାର୍ଡ ସଭ୍ୟ ପୁର୍ଣ ଚନ୍ଦ୍ର ରାଜୁ ,ବିଜେଡି ଯୁବ ନେତା ସଦାନନ୍ଦ ଖରା ,ଅଭୟ ପଢ଼ିଆରୀ ସମସ୍ତ ୱାର୍ଡ ସଭ୍ୟ,ସଭ୍ୟା ,ସ୍ଥାନୀୟ ଗ୍ରାମ ମୁଖିଆ ,ସ୍ଥାନୀୟ ବୁଦ୍ଧିଜୀବୀ ଓ ୬ୱାର୍ଡ ର ସମସ୍ତ ସ୍ୱୟଂ ସହାୟକ ଗୋଷ୍ଠୀ ର ମା ମାନେ ଉପସ୍ଥିତ ଥିଲେ ।

ସଦାନନ୍ଦ ଖରା ,ମାଲକାନଗିରି

Leave A Reply

Your email address will not be published.