ବିଜେଡ଼ିରେ ଯୋଗଦେଲେ ଦେବଗଡ ନିର୍ବାଚନମଣ୍ଡଳୀର ବହୁ ନିର୍ବାଚିତ ପ୍ରତିନିଧି

ଭୁବନେଶ୍ୱର, ୦୩/୦୫/୨୦୨୪: ଦେବଗଡ ନିର୍ବାଚନମଣ୍ଡଳୀର ତିଳେଇବଣି ବ୍ଲକର ବହୁ ନିର୍ବାଚିତ ପ୍ରତିନିଧି ଆଜି ଭୁବନେଶ୍ୱରଠାରେ ବିଜେଡି ସାଂଗଠନିକ ସମ୍ପାଦକ ତଥା ସମ୍ବଲପୁର ଲୋକସଭା ଆସନର ବିଜେଡି ପ୍ରାର୍ଥୀ ପ୍ରଣବ ପ୍ରକାଶ ଦାସଙ୍କ ଉପସ୍ଥିତିରେ ବିଜେଡିରେ ଯୋଗ ଦେଇଛନ୍ତି । ଉଦିତ କୁମାର ନାୟକ, ଅମୂଲ୍ୟ ଧାରୁଆ, ସନ୍ତୋଷ କୁମାର ମାଝୀ, ସସ୍ମିତା ଭୋଇ ଓ ସସ୍ମିତା ଏକ୍କା ଆଦି ପ୍ରମୁଖ ଦଳରେ ସାମିଲ ହୋଇଛନ୍ତି । ଯୋଗ ଦେଇଥିବା ନିର୍ବାଚିତ ପ୍ରତିନିଧିଙ୍କୁ ଉପଢୌକନ ଦେଇ ଦଳକୁ ସ୍ୱାଗତ କରିଥିଲେ ଶ୍ରୀ ଦାସ । ଆଜି ଏହି ନିର୍ବାଚିତ ପ୍ରତିନିଧିମାନଙ୍କ ଯୋଗଦାନ ଫଳରେ ବିଶେଷକରି ଦେବଗଡ ନିର୍ବାଚନମଣ୍ଡଳୀ ତଥା ସମ୍ବଲପୁର ସଂସଦୀୟ କ୍ଷେତ୍ରର ଦଳୀୟ ସଂଗଠନ ଆହୁରି ମଜଭୂତ ହେବ ବୋଲି ଶ୍ରୀ ଦାସ କହିଥିଲେ ।

ଏହି ଅବସରରେ ବିଜେଡ଼ିରେ ସାମିଲ୍ ହୋଇଥିବା ନିର୍ବାଚିତ ପ୍ରତିନିଧି ନିଜ ପ୍ରତିକ୍ରିୟାରେ କହିଥିଲେ ଯେ, ମାନ୍ୟବର ମୁଖ୍ୟମନ୍ତ୍ରୀ ତଥା ବିଜେଡ଼ି ସୁପ୍ରିମୋ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକଙ୍କ ଲୋକାଭିମୁଖୀ କାର୍ଯ୍ୟ, ସ୍ୱଚ୍ଛ ଶାସନ, ନିର୍ମଳ ଭାବମୂର୍ତ୍ତି ଓ ନୀତି ଆଦର୍ଶରେ ଅନୁପ୍ରାଣିତ ହୋଇ ଆଜି ବିଧିବଦ୍ଧ ଭାବେ ବିଜେଡିରେ ଯୋଗ ଦେଉଛୁ । ନୂତନ ଓଡ଼ିଶା ଗଠନ ଦିଗରେ ମାନ୍ୟବର ମୁଖ୍ୟମନ୍ତ୍ରୀ ଆମକୁ ଯାହା ଦାୟିତ୍ୱ ଦେବେ ତାକୁ ସୂଚାରୁ ରୂପେ ତୁଲାଇବୁ । ଦଳରେ ଆମକୁ ଗ୍ରହଣ କରିଥିବାରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ଦଳର ସାଂଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ ଏବଂ ସମସ୍ତ ନେତୃବୃନ୍ଦଙ୍କୁ କୃତଜ୍ଞତା ଜ୍ଞାପନ କରୁଛୁ ।

Leave A Reply

Your email address will not be published.