କେନ୍ଦ୍ରକୁ ରାଜ୍ୟ ମାଗିଲା ସବସିଡି ଟଙ୍କା

ବଳକା ଚାଉଳ ଉଠାଣ ସହ ସବସିଡି ଅର୍ଥ ଟଙ୍କା ଦେବାକୁ କେନ୍ଦ୍ର ନିକଟରେ ଦାବି କରିଛି ଓଡ଼ିଶା । ଏନେଇ ଖାଦ୍ୟ ଓ ସାଧାରଣ ବଣ୍ଟନ ମନ୍ତ୍ରୀ ପିୟୁଷ ଗୋଏଲଙ୍କୁ ଚିଠି ଲେଖିଛନ୍ତି ରାଜ୍ୟ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ । ଚିଠିରେ ରଣେନ୍ଦ୍ର ପ୍ରତାପ ସ୍ୱାଇଁ ଲେଖିଛନ୍ତି, ଧାନ ସଂଗ୍ରହ ବାବଦରେ ବକେୟା ସବସିଡି ଅର୍ଥ ଦିଆଯାଉ । ବଳକା ଚାଉଳ ଉଠାଣ ସହ ସାଧାରଣ ବଂଟନ ବ୍ୟବସ୍ଥାରେ ଶତପ୍ରତିଶତ ଚାଉଳ ଯୋଗାଣ ସମସ୍ୟାର ତୁରନ୍ତ ସମାଧାନ ହେଉ ।

ଚିଠିରେ ସେ ଆହୁରି ଲେଖିଛନ୍ତି, ଏପ୍ରିଲ ୨୦୨୨ ସୁଦ୍ଧା ସବସିଡି ବାବଦକୁ ପ୍ରାୟ ୧୦,୩୩୪ କୋଟି ଟଙ୍କା ବକେୟା ଅଛି । ଏଥିରେ ଅହେତୁକ ବିଳମ୍ବ ଯୋଗୁଁ ରାଜ୍ୟକୁ ଅତିରିକ୍ତ ସୁଧ ବହନ କରିବାକୁ ପଡୁଛି । ୨୦୨୧-୨୦୨୨ରେ ରାଜ୍ୟରୁ ସଂଗୃହୀତ ୫୨ ଲକ୍ଷ ମେଟ୍ରିକ୍ ଟନ୍ ଚାଉଳରୁ ପ୍ରାୟ ୧୩ ଲକ୍ଷ ମେଟ୍ରିକ୍ ଟନ୍ ଚାଉଳ ବଳକା ରହିଛି । ଉପଲବ୍ଧ ଚାଉଳ ଶୀଘ୍ର ଉଠାଣ ତଥା କେନ୍ଦ୍ର ସରକାରଙ୍କୁ ଭିଟାମିନ୍ୟୁକ୍ତ ଚାଉଳ ଯୋଗାଇବା ପାଇଁ କେନ୍ଦ୍ରମନ୍ତ୍ରୀଙ୍କୁ ଅନୁରୋଧ କରିଛନ୍ତି ରାଜ୍ୟ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ ।

Leave A Reply

Your email address will not be published.