mobile header

ରାଜ୍ୟପାଳଙ୍କ ଦ୍ୱାରା ‘ପିଲାଙ୍କ ରାମାୟଣ’ ପୁସ୍ତକ ଉନ୍ମୋଚିତ

ବିଶିଷ୍ଟ ଶିଶୁ ସାହିତ୍ୟିକ ପ୍ରଭାତ ଚନ୍ଦ୍ର ରଥଙ୍କ ଦ୍ୱାରା ଲିଖିତ ପିଲାଙ୍କ ଗୀତି ମହାକାବ୍ୟ ‘ପିଲାଙ୍କ ରାମାୟଣ’ ରାଜ୍ୟପାଳ ଗଣେଶୀ ଲାଲଙ୍କ ଦ୍ବାରା ରାଜଭବନରେ ଉନ୍ମୋଚିତ ହୋଇଯାଇଛି। ‘ପିଲାଙ୍କ ରାମାୟଣ’ ପୁସ୍ତକ ଜ୍ଞାନର ଭଣ୍ଡାର ବୋଲି ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ କହିଥିଲେ। ଏହାସହିତ ‘ପିଲାଙ୍କ ରାମାୟଣ’ ପୁସ୍ତକଟିର ସଫଳତା କାମନା କରିଥିଲେ।

ଏହି ଉନ୍ମୋଚନ କାର୍ଯ୍ୟକ୍ରମରେ ଭାରତୀୟ ରାଜସ୍ୱ ସେବାରୁ ଅବସରପ୍ରାପ୍ତ ପୁର୍ବତନ ପ୍ରଶାସକ ପୀୟୂଷ ପଟ୍ଟନାୟକ ଏବଂ ଓଡିଶା ସାହିତ୍ୟ ଏକାଡେମୀ ପୁରସ୍କାର ପ୍ରାପ୍ତ ବିଶିଷ୍ଠ ଗାଳ୍ପିକ ତଥା ଶିଶୁ ସାହିତ୍ୟିକ ପରେଶ କୁମାର ପଟ୍ଟନାୟକ ପ୍ରମୁଖ ଉପସ୍ଥିତ ଥିଲେ।

Leave A Reply

Your email address will not be published.