mobile header

ବଢୁନି ଓଡ଼ିଶାର ଚାଷୀଙ୍କ ଆୟ

ଚାଷୀର ଆୟ ଦୁଇ ଗୁଣ କରିବା ଲକ୍ଷ୍ୟ ହାସଲରେ ଖୁବ ପଛରେ ପଡିଯାଇଛି ଓଡ଼ିଶା ଖୁବ । ଚାଷୀ ପରିବାରର ମାସିକ ଆୟରେ ଓଡ଼ିଶା ସବୁ ରାଜ୍ୟ ଓ କେନ୍ଦ୍ରଶାସିତ ଅଂଚଳ ଭିତରେ ତଳପୁଟୁ ଦ୍ୱିତୀୟ ସ୍ଥାନରେ ରହିଛି । ୨୦୧୩ରୁ ୨୦୧୯ ଭିତରେ ଭାରତର ଚାଷୀ ପରିବାରର ମାସିକ ଆୟ ୫୯% ପ୍ରତିଶତ ବଢ଼ିଥିବା ବେଳେ ଓଡ଼ିଶା ଚାଷୀ ପରିବାରର ମାସିକ ଆୟ ମାତ୍ର ୩% ବଢ଼ିଛି । କାହିଁକି ଓଡ଼ିଶାର ଚାଷୀଙ୍କ ଆୟରେ ବୃଦ୍ଧି ଘଟୁନାହିଁ, ଏ ନେଇ ମତ ରଖିଛନ୍ତି କେନ୍ଦ୍ର କୃଷିମନ୍ତ୍ରୀ ନରେନ୍ଦ୍ର ସିଂହ ତୋମାର । ଭୁବନେଶ୍ୱରରେ ସେ କହିଛନ୍ତି, ଚାଷରେ ବିବିଧତା ଓ ଟେକନୋଲୋଜି ପ୍ରୟୋଗ ଦ୍ୱାରା ଓଡ଼ିଶା ଚାଷୀଙ୍କର ଆୟ ବଢ଼ିପାରିବ ।

ଜାତୀୟ ସର୍ବେକ୍ଷଣ ସଂସ୍ଥା-“ଏନଏସଓ’’ ପକ୍ଷରୁ ୨୦୧୮-୧୯ରେ କରାଯାଇଥିବା ସର୍ଭେରେ ଓଡ଼ିଶା ଚାଷୀ ପରିବାରର ମାସିକ ଆୟ ମାତ୍ର ୫,୧୧୨ ଟଙ୍କା । ସର୍ବଭାରତୀୟ ସ୍ତରରେ ଚାଷୀ ପରିବାରର ହାରାହାରି ମାସିକ ଆୟ ରହିଛି ୧୦,୨୧୮ ଟଙ୍କା । ୨୮ଟି ରାଜ୍ୟ ଓ ୮ଟି କେନ୍ଦ୍ରଶାସିତ ଅଂଚଳରେ କରାଯାଇଥିବା ଏହି ସର୍ଭେରୁ କେବଳ ଝାଡ଼ଖଣ୍ଡ ଚାଷୀ ପରିବାରର ଆୟଠାରୁ ଉପରେ ରହିଛି ଓଡ଼ିଶା ।

ନଜର ପକାନ୍ତୁ, ଜାତୀୟ ସର୍ବେକ୍ଷଣ ସଂସ୍ଥା-“ଏନଏସଓ’’ର ରିପୋର୍ଟ ଉପରେ । ୬ ବର୍ଷ ମଧ୍ୟରେ ପଡୋଶୀ ରାଜ୍ୟର ଚାଷୀଙ୍କ ଆୟ କିପରି ପରିବର୍ତନ ହୋଇଛି, ତାକୁ ଦେଖିଲେ ଓଡ଼ିଶାର ଚାଷୀଙ୍କ ସ୍ଥିତି ସହଜରେ ବାରି ହୋଇପଡିବ । ୨୦୧୨-୧୩ରେ ଆନ୍ଧ୍ରପ୍ରଦେଶ ଚାଷୀଙ୍କ ମାସିକ ଆୟ ୫ ହଜାର ୯୭୯ ଟଙ୍କା ଥିଲା, ୬ ବର୍ଷ ମଧ୍ୟରେ ଏହା ବଢ଼ି ୧୦ ହଜାର ୪୮୦ ଟଙ୍କା ହୋଇଛି । ଅର୍ଥାତ ୬ ବର୍ଷରେ ବଢିଛି ୭୫ ପ୍ରତିଶତ । ବିହାର ଚାଷୀଙ୍କ ମାସିକ ଆୟ ମଧ୍ୟ ଏହି ସମୟ ମଧ୍ୟରେ ୨ ଗୁଣରୁ ଅଧିକ ବୃଦ୍ଧି ପାଇଛି । କେବଳ ଝାଡ଼ଖଣ୍ଡକୁ ଛାଡିଦେଲେ ସବୁ ପଡ଼ୋଶୀ ରାଜ୍ୟର ଚାଷୀଙ୍କ ଆୟ ଅଧିକ ରହିଛି । ଓଡ଼ିଶାର ଚାଷୀଙ୍କ ଆୟ ୬ ବର୍ଷରେ ୩ ପ୍ରତିଶତରୁ କମ୍ ବୃଦ୍ଧି ପାଇଛି ।

ଚାଷୀଙ୍କ ଆୟ
ରାଜ୍ୟ ୨୦୧୨-୧୩ ୨୦୧୮-୧୯
ଆନ୍ଧ୍ର ପ୍ରଦେଶ ୫,୯୭୯ ୧୦,୪୮୦
ବିହାର ୩,୫୫୮ ୭,୫୪୨
ଛତିଶଗଡ଼ ୫,୧୭୭ ୯,୬୭୭
ଝାଡ଼ଖଣ୍ଡ ୪,୭୨୧ ୪,୮୯୫
ଓଡ଼ିଶା ୪,୯୭୬ ୫,୧୧୨
ପଶ୍ଚିମବଙ୍ଗ ୩,୯୮୦ ୬,୭୬୨
ଜାତୀୟ ୬,୪୨୬ ୧୦,୨୧୮

କାହିଁକି ବଢୁନି ଓଡ଼ିଶା ଚାଷୀଙ୍କ ଆୟ?
କେନ୍ଦ୍ର କୃଷିମନ୍ତ୍ରୀ ନରେନ୍ଦ୍ର ସିଂହ ତୋମାର କହିଛନ୍ତି, ଚାଷରେ ବିବିଧତା ଏବଂ କୃଷି କ୍ଷେତ୍ରରେ ବୈଷୟିକ କୌଶଳର ବ୍ୟବହାର ହେଲେ ଚାଷୀଙ୍କ ଆୟ ବୃଦ୍ଧି ପାଇବ ।
ଚାଷରେ ବିବିଧତା ନ ଆଣିଲେ ଓ ନୂଆ ପ୍ରଯୁକ୍ତି ବିଦ୍ୟାକୁ ଚାଷ କ୍ଷେତ୍ରରେ ନଲଗାଇଲେ ଚାଷୀର ଆୟ ବଢ଼ିିବ ନାହିଁ ବୋଲି ସମସ୍ତେ ମତ ଦେଇଛନ୍ତି । ଓଡ଼ିଶା ଚାଷୀର ଆୟ କେବେ ଦ୍ୱିଗୁଣିତ ହେବ ସେ ଉପରେ ସମସ୍ତଙ୍କ ନଜର ରହିଛି

Leave A Reply

Your email address will not be published.