ଏମ.ଭି- ୭୯ ଜେ.ଏମ.ଏଫ.ସି କୋର୍ଟ ରେ ରାଷ୍ଟ୍ରୀୟ ଲୋକଅଦାଲତ ପାଳିତ

କାଲିମେଳା ତା ୧୪.୦୫ ମାଲକାନଗିରି ଜିଲ୍ଲା କାଲିମେଳା ବ୍ଲକ ଅନ୍ତର୍ଗତ ତାଣ୍ଡବାଇ ପଂଚାୟତରେ ଥିବା  ଜେ.ଏମ.ଏଫ.ସି କୋର୍ଟ ପ୍ରାଙ୍ଗଣରେ ତାଲୁକ ଆଇନ ସେବା ପ୍ରାଧିକରଣ ତରଫରୁ ଲୋକ ଅଦାଲତ ଅନୁଷ୍ଠିତ ହୋଇଯାଇଛି। ଅହି ଲୋକ ଅଦାଲତ କାର୍ଯ୍ୟକ୍ରମକୁ କୋର୍ଟ ର ପ୍ରଥମ ଶ୍ରେଣୀ ମାଜିଷ୍ଟ୍ରେଟେ ତଥା ତାଲୁକ ଆଇନ ପ୍ରାଧିକରଣ ର ଚେୟାରମ୍ୟାନ ଶ୍ରୀଯୁକ୍ତ ଗୌରୀ ଶଙ୍କର ପଣ୍ଡା ଉପସ୍ତିତିରେ ୯ ଗୋଟି ମାମଲା ଫଇସଲା କରିଥିଲେ। ସେଥି  ମଧ୍ୟରୁ ଚାରି ଗୋଟି ପାରିବାରିକ, ଚାରିଗୋଟି ଫୌଜଦାରୀ ଓ ଅନ୍ୟାନ୍ୟ ଏକ ଗୋଟି ମାମଲା ର ସମାଧାନ କରିଥିଲେ। ଏହି କାର୍ଯ୍ୟକ୍ରମ ରେ ମାଲକାନଗିରି ଜିଲ୍ଲା ରୁ ରଞ୍ଜିତସାହା (ଉପ ସଭାପତି ), ସହ ସମ୍ପାଦକ ରାଜେସ ପଟ୍ଟନାୟକ , ବିପ୍ଲବ ଦତ୍ତ, ସମେତ କୋର୍ଟ ର ପେନାଲ ଓକିଲ ତଥା ବରିଷ୍ଠ ଆଇନ ଜୀବି ହିରୋଜ କୁମାର ପାଣିଗ୍ରାହୀ ଓ କୋର୍ଟ ର କର୍ମଚାରୀ ମାଙ୍କ ସହଯୋଗ ରେ ଏହି  କାର୍ଯ୍ୟକ୍ରମ ସମାପ୍ତ ହୋଇଥିଲା। ଏହି କାର୍ଯ୍ୟକ୍ରମ ରେ ତାଲୁକ ଆଇନ ସେବା ପ୍ରାଧିକରଣ ତରଫରୁ ଜଳଖିଆ ର ବନ୍ଦୋବସ୍ତ କରାଯାଇଥିଲା।

Leave A Reply

Your email address will not be published.