ମହାରାଜ ପାଲ୍ଲୀ ରେ ଏକ ତାଲିମ ଶିବିର

ମାଲକାନଗିରି : ୧୫/୫/୨୨ କାଲିମେଳା ବ୍ଳକରେ ମୋ ଚାଟଶାଳିରେ ପଢ଼ାଉଥିବା ସ୍ବେଛାସେବୀ ମାନଙ୍କୁ ନେଇ ମହାରାଜ ପାଲ୍ଲୀ ଗ୍ରାମଠାରେ ଏକ ତାଲିମ ଶିବିର ଅନୁଷ୍ଠିତ ହୋଇଯାଇଛି। କରୋନା କାଳରେ ଦୀର୍ଘ ୧ ବର୍ଷରୁ ଉର୍ଦ୍ଧ୍ବ ସମୟଧରି ବିଦ୍ୟାଳୟ ଗୁଡିକ ବନ୍ଦ ରହିଥିଲା। ଫଳରେ ଛାତ୍ରଛାତ୍ରୀ ମାନେ ଶିକ୍ଷାଦାନରୁ ବଞ୍ଚିତ ହୋଇ ରହିଥିଲେ। ଆଦିବାସୀ ଅଧୁଷିତ ଗ୍ରାମ ଗୁଡିକରେ ପିଲାମାନଙ୍କ ପାଠରେ ଡୋରି ଲାଗିଥିଲା। ଏହାକୁ ଦୃଷ୍ଟିରେ ରଖୀ ପିଲାମାନେ କିପରି ନିୟମିତ ପାଠ ପଢି ପାରିବେ ସେଥୂପାଇଁ ଶ୍ରମଜୀବି ସଂଗଠନ ଓ ମହିଳା ଶ୍ରମଜୀବି ସଂଗଠନ ପକ୍ଷରୁ ସ୍ବେଚ୍ଛାସେବୀ ଯୁବକ ଯୁବତୀ ମାନଙ୍କୁ ନେଇ ମାଲକାନଗିରି ଜିଲ୍ଲାର ବିଭିନ୍ନ ପଞ୍ଚାୟତରେ ମୋ ଚାଟଶାଳୀ ଖୋଲାଯାଇ ପିଲା ମାନଙ୍କୁ ପାଠ ପଢ଼ାଯାଇଥିଲା। ଶ୍ରମଜୀବି ସଂଗଠନ ତରଫରୁ ଅନୁଷ୍ଠିତ ଏହି ତାଲିମ ଶିବିରରେ ବ୍ଲକର ୪୬ ଜଣ ସ୍ବେଛାସେବୀ ଯୋଗ ଦେଇଥିଲେ। ମହାରାଜ ପାଲ୍ଲୀ ସରପଞ୍ଚ ମୁତା ସୋଡି, ମାଲାବରମ ସରପଞ୍ଚ ଦୂର୍ଗା ମାଢି, ତାଣ୍ଡବାଇ ସରପଞ୍ଚ ସତ୍ୟ ମାଡକାମୀ, ଓଡିଶା ଶ୍ରମଜୀବି ମଞ୍ଚ ସଦସ୍ୟ ପଞ୍ଚାନନ ପ୍ରଧାନ, ମହିଳା ଶ୍ରମଜୀବୀ ସଂଗଠନ ସଭାନେତ୍ରୀ ଏରେ ମାଢି, ମହିଳା ଶ୍ରମଜୀବି ସଂଗଠନ ସଦସ୍ୟ ମୁକୁନ୍ଦ ମାଡକାମୀ, ସନ୍ତୁରୁ ମାଢି, ସୋମେ ପଡ଼ିଆମୀ ଓ ଇର୍ମା ସୋଢ଼ି ପ୍ରମୁଖ ଉପସ୍ଥିତ ରହି ମୋ ଚାଟଶାଳୀର ଆବଶ୍ୟକତା ସମ୍ପର୍କରେ କହିଥିଲେ।ଏହି ଅବସରରେ ସମସ୍ତ ସ୍ବେଛାସେବୀ ଯୁବକ ଯୁବତୀ ମାନଙ୍କୁ ମାନପତ୍ର ପ୍ରଦାନ କରାଯାଇଥିଲା ।

ସଦାନନ୍ଦ ଖରା ,ମାଲକାନଗିରି

Leave A Reply

Your email address will not be published.