-ଗୁଣିଗାରେଡି ସନ୍ଦେହରେ ହତ୍ୟା ଘଟଣାରେ ସାତ ଜଣ କୋର୍ଟ ଚାଲାଣ l

କାଲିମେଳା।ତା୧୯/୫ ଗୁଣିଗାରେଡି ସନ୍ଦେହରେ ଠେଙ୍ଗା ରେ ପିଟି ପିଟି ହତ୍ୟା କରିବା ଘଟଣାରେ ସାତ ଜଣଙ୍କୁ କୋର୍ଟ ଚାଲାଣ କରିଛି କାଲିମେଳା ପୋଲିସ l ମାଲକାନଗିରି ଜିଲ୍ଲା କାଲିମେଳା ଥାନା ଅନ୍ତର୍ଗତ କାଙ୍ଗୁରକୋଣ୍ଡା ଗ୍ରାମର ପଦିଆ ମାଡକାମୀ ଙ୍କୁ ଗତକାଲି କଙ୍ଗାରୁ କୋର୍ଟ ରେ ସକାଳ ଆଠ ଟା ସମୟରେ ପୂର୍ବ ଯୋଜନା ମୁତାବକ ଗୋଟିଏ ଦଶା କାର୍ଯ୍ୟକ୍ରମ ସମ୍ପର୍କିତ ସଭା ହେବ ବୋଲି ଗାଁର ମଝିର ଛକ ନିକଟ ରେ ଗୋଟିଏ ଗଛ ତଳେ ବୈଠକ ତଥା କଙ୍ଗାରୁକୋର୍ଟ ଡକାଯାଇଥିଲା ଏଠାରେ ଗ୍ରାମ ର ମୂଖ୍ଯ ପେଦା ସମେତ ପାଖାପାଖୀ ୬୦ ରୁ ଉର୍ଦ୍ଧ ଲୋକ ଏକାଠି ହୋଇ ଥିଲେ ଓ ଦଶା କାର୍ଯ୍ୟକ୍ରମ ବିଷୟରେ ଆଲୋଚନା ନ କରି ଗତ କିଛିଦିନ ଧରି କାଙ୍ଗୁରକୋଣ୍ଡା ଗ୍ରାମ ର କେତେଜଣ ଲୋକ ଙ୍କ ର ମୃତ୍ଯୁବରଣ କରିଛନ୍ତି ଠିକ ସେହି ପରି ଗତରବିବାର ପନ୍ଦର ତାରିଖରେ ଗ୍ରାମର ଜଣେ ମହିଳା ଦେବେ ମାଡକାମି ଙ୍କର ମୃତ୍ୟୁବରଣ କରିଥିଲେ ତାପରେ ଏ ନେଇ ମୃତ ମହିଳାଙ୍କ ପରିବାରବର୍ଗ ଅଲଗାଗ୍ରାମର ଗୋଟିଏ ଲୋକପାଖରେ ଯାଇ ମୃତ ର କାରଣ ଖୋଜିବାକୁ ଯାଇ ଅନ୍ଯ ଗୁଣିଆ ନା ତାନ୍ତ୍ରିକ କୁ ଦେଖାଇଥିଲେ ସେଠାରେ ସେ ଲୋକ କହିଲେ ଯେ ତମ ଗ୍ରାମର ଜଣେ ବ୍ୟକ୍ତି ଙ୍କ ଗୁଣିଆ ଦ୍ବାରା ମହିଳାଙ୍କ ମୃତହୋଇଛି ବୋଲିସୂଚନାପାଇଥିଲେ ଓ ସେଠାରୁ ପରିବାରବର୍ଗ ରାଗିଯାଇ ଉତ୍ଯକ୍ତ ହୋଇ ଆସି ଗ୍ରାମରରେ ଦଶା ଭୋଜି ହେବ ବୋଲି ବୈଠକ ଡକାଇଥିଲେ ଏଇ ବୈଠକ ରେ ଆତକ୍ରିତଭାବେ ଗ୍ରାମର ପଦିଆ ମାଡକାମି ଙ୍କୁ ଆକ୍ରମଣ କରିଥିଲେ ଠେଙ୍ଗା ରେ ଏଇ ଆକ୍ରମଣରେ ବାପାକୁ ବଞ୍ଚାଇବାକୁ ଯାଇ ମଧ୍ଯ ମାଡ ଖାଇଛି। ଓ ଶେଷରେ ଗୁଣିଆ ସନ୍ଦେହ କରୁଥିବା ପଦିଆ ମାଡକାମି ଙ୍କୁ ଠେଙ୍ଗାରରେ ପିଟି ପିଟି ଜୀବନରେ ମାରିଦେଲେ। ଏହାପରେ ମୃତ ବ୍ୟକ୍ତିଙ୍କ ପୁଅ ବିରେନ୍ଦ୍ର ମାଡକାମୀ ଆଠ ଜଣଙ୍କ ନାମରେ ଏତଲା ଦେଇଥିଲେ ଆଜି କାଲିମେଳା ପୋଲିସ ସାତ ଜଣଙ୍କୁ କୋର୍ଟ ଚାଲାଣ କରିଥିବାବେଳେ ଜଣେ ଫେରାର ରହିଛି l ପୀଡା ମାଡକାମୀ, ମୁକୁନ୍ଦ ମାଡକାମୀ, କାହ୍ନ। ମାଡକାମୀ, ଇର୍ମା ମାଡକାମୀ, ଗଙ୍ଗା କବାସୀ, ପଦିଆ କବାସୀ, ସମା ମାଡକାମୀ ଏହି ସାତ ଜଣଙ୍କୁ କୋର୍ଟ ଚାଲାଣ କରିଥିବା ବେଳେ ମାଲା ମାଡକାମୀ ବ୍ୟକ୍ତି ଫେରାର ରହିଛି l ଦଫା 147/148/302/323/149 ipc ରେ ଏମାନଙ୍କୁ କୋର୍ଟ ଚାଲାଣ କରାଯାଇଛି l
ପ୍ରଶାନ୍ତ କୁମାର ବିହାରୀ
କାଲିମେଳା ବ୍ଲକ

Leave A Reply

Your email address will not be published.