mobile header

ପାଉଣା ମାଗିବେନି ଯାଜପୁର ବିରଜା ମନ୍ଦିରର ସେବାୟତ: ଭକ୍ତଙ୍କୁ ଦକ୍ଷିଣା ନମାଗିବା ପାଇଁ ଶପଥ ନେଲେ ସେବାୟତ

ଶୃଖଳିତ ହେବ ଯାଜପୁରର ଅଧିଷ୍ଠାତ୍ରୀ ଦେବୀ ମା’ ବିରଜାଙ୍କ ଦର୍ଶନ । ବିନା ସମସ୍ୟାରେ ମା’ଙ୍କୁ ଦର୍ଶନ କରିବେ ଭକ୍ତ । ଆଉ ରହିବ ନାହିଁ ଦକ୍ଷିଣା ଝିନଝଟ୍ । ଏଣିକି ଦକ୍ଷିଣା ଦେବାକୁ ଭକ୍ତଙ୍କୁ ବାଧ୍ୟ କରିବେ ନାହିଁ ସେବାୟତ । ଏଥିପାଇଁ ସମୂହ ନିଷ୍ପତି ନେଇ ଶପଥ ପାଠ କରିଛନ୍ତି ପୂଜକ । ମନ୍ଦିର ଟ୍ରଷ୍ଟି ଶରତ ଚନ୍ଦ୍ର ମହାପାତ୍ର, ସବୁ ସେବାୟତଙ୍କୁ ଶପଥ ପାଠ କରାଇଛନ୍ତି ।

ଯାଜପୁରର ମା’ ବିରଜାଙ୍କ ମନ୍ଦିରରେ ବଦଳିଛି ନିୟମ । ଭକ୍ତ ଓ ସେବାୟତଙ୍କ ମଧ୍ୟରେ ବାରମ୍ବାର ଉପୁଜୁଥିବା ଥିବା ସମସ୍ୟାର ସମାଧାନ କରିବାକୁ ଉଦ୍ୟମ କରିଛି ମନ୍ଦିର ପ୍ରଶାସନ । ଲଗାଯାଇଛି କିଛି କଟକଣା । ଏଣିକି ଦକ୍ଷିଣା ପାଇଁ ଶ୍ରଦ୍ଧାଳୁଙ୍କୁ ବାଧ୍ୟ କରିବେ ନାହିଁ ସେବାୟତ । କେବଳ ଏତିକି ନୁହେଁ ଦଶମ ପାସ କରିନଥିବା ସେବାୟତଙ୍କ ପୂଜା ପାଠ କରିବା ଉପରେ କଟକଣା ରହିଛି । ଅତି କମରେ ତିନି ବର୍ଷ ସଂସ୍କୃତରେ ଜ୍ଞାନ ଆହରଣ କରିବା ସହ ଯାଂଚ କମିଟି ଦ୍ୱାରା ଆୟୋଜିତ ପରୀକ୍ଷାରେ ସଫଳ ହେଲେ ମନ୍ଦିରରେ ପୂଜା କରିବାର ଅନୁମତି ମିଳିବ ବୋଲି କୁହାଯାଉଛି । ଏଥିପାଇଁ ସମୂହ ନିଷ୍ପତି ନିଆଯିବା ପରେ ଶପଥ ପାଠ କରିଛନ୍ତି ପୂଜକ ।

ବିରଜା ମନ୍ଦିରରେ ଶହେରୁ ଅଧିକ ସେବାୟତ କାର୍ଯ୍ୟ କରୁଥିବା ବେଳେ କିଛି ବିaଶୃଳିତ ସେବାୟତଙ୍କ ପାଇଁ ସମସ୍ତେ ବଦନାମ ହେଉଛନ୍ତି । ଏଭଳି ଅଭିଯୋଗ ଆସିବା ପରେ ମନ୍ଦିର ପ୍ରଶାସନ କଠୋର ହୋଇଛି । ମନ୍ଦିର ପ୍ରଶାସନ ଓ ସେବାୟତଙ୍କ ବୈଠକରେ କିଛି ଗୁରୁତ୍ୱପୂର୍ଣ୍ଣ ନିଷ୍ପତି ନିଆଯାଇଛି । ମା’ଙ୍କ ଦର୍ଶନ ପାଇଁ ଆସୁଥିବା ଭକ୍ତଙ୍କୁ ଉତ୍ତମ ବ୍ୟବହାର କରିବା ସହ କାହାକୁ ଦକ୍ଷିଣା ପାଇଁ ବାଧ୍ୟ କରାଯିବନାହିଁ । ଶ୍ରଦ୍ଧାଳୁ ନିଜ ସାମର୍ଥ୍ୟ ଅନୁସାରେ ଦକ୍ଷିଣା ପ୍ରଦାନ କରିବେ । ଏହାକୁ ଅମାନ୍ୟ କଲେ ଆଇନ୍ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଚେତାବନୀ ଦେଇଛନ୍ତି ମନ୍ଦିର ଟ୍ରଷ୍ଟି । ଅନେକ ସ୍ଥାନରେ ସେବାୟତଙ୍କ ଦକ୍ଷିଣା ଜୁଲମକୁ ନେଇ ଭକ୍ତଙ୍କ ମଧ୍ୟରେ ଅସନ୍ତୋଷ ଦେଖାଯାଉଛି । ଏଭଳି ସମୟରେ ବିରଜାଙ୍କ ପୀଠରେ ସେବାୟତଙ୍କ ନିଷ୍ପତିକୁ ସବୁଠି ସ୍ୱାଗତ କରାଯାଇଛି ।

Leave A Reply

Your email address will not be published.