ଚିତ୍ରକୋଣ୍ଡା ଥାନା ଦ୍ଵାରା ବିପୁଳ ପରିମାଣର ଗଞ୍ଜେଇ ଜବତ ଚାରି  ଗିରଫ


ଚିତ୍ରକୋଣ୍ଡା :-୨୧/୦୫/୨୦୨୨ ମାଲକାନଗିରି ଜିଲ୍ଲା ଚିତ୍ରକୁଣ୍ଡା ଥାନା ଅନ୍ତର୍ଗତ ମନ୍ତ୍ରୀଫୁଟ ଛକ ଠାରେ   ପୋଲିସ ୨୫୩ କେଜି ୩୦୦ ଗ୍ରାମ ଗଂଜେଇ ଜବତ କରିବା ସହ ୪ ଜଣ ଙ୍କୁ ଗିରଫ କରିଛି। ସୂଚନା ଅନୁଯାୟୀ ଗତକାଲି  ଚିତ୍ରକୁଣ୍ଡା ଥାନା ଏସ ଆଇ ସର୍ବେଶ୍ୱର ଭୋଇଙ୍କ ନେତୃତ୍ୱରେ ପୋଲିସ  ର ଏକ ଟିମ ଦିନ ୧୧ ଟା ସମୟରେ ଚିତ୍ରକୁଣ୍ଡା ବାଲିମେଳା ରାସ୍ତାର ମନ୍ତ୍ରୀଫୁଟ ଛକ ଠାରେ ଗାଡି ମୋଟର ଯାଞ୍ଚ କରୁଥିବା ସମୟରେ ଏକ ଟାଟା ଏରିଆ ଗାଡି ନଂ ଜେ ହେଚ  ୦୫ ବି ଜି ୩୮୭୦ ରେ ଗଂଜେଇ ଭର୍ତ୍ତି ହୋଇ ରହିଥିବା ଜାଣିବାକୁ ପାଇଥିଲେ।  ପୋଲିସ ଗଞ୍ଜେଇ ଜବତ କରିବା ସହ ଚାରିଜଣ ଚାଲାଣକାରୀ ଙ୍କୁ ଥାନାକୁ ନେଇଥିଲା। ଜବତ ଗଞ୍ଜେଇ କୁ ଓଜନ କରିବା ପରେ ଏହା ୨୫୩ କେଜି ୩୦୦ ଗ୍ରାମ ଏବଂ ଏହାର ଆନୁମାନିକ ମୁଲ୍ୟ ପଚିଶ ଲକ୍ଷ ରୁ ଉର୍ଦ୍ଧ୍ବ ହେବ ବୋଲି ପୋଲିସ କହିଛି। ଜବତ ଗଞ୍ଜେଇ ଓଡିଶାରୁ  ବିହାର ରାଜ୍ୟ କୁ ଚାଲାଣ ହେଉ ଥିଲା ବୋଲି ପୋଲିସ ସୂଚନା ଦେଇଛି। ଏନେଇ ଚିତ୍ରକୁଣ୍ଡା ଥାନା କେଶ ନଂ ୬୨/୨୨ ଅନୁଯାୟୀ ଏକ ମାମଲା ରୁଜ୍ଜୁ କରାଯାଇ ଗଂଜେଇ ଚୋରା ଚାଲାଣ କାରୀ ସୁନୀଲ କୁମାର ଗ୍ରାମ ଵଂଭାଇ ବିହାର, ହରେନ୍ଦ୍ର କୁମାର ଗ୍ରାମ ରାମପୁର ବିହାର,ବିଜେନ୍ଦ୍ର କୁମାର ଗ୍ରାମ ତଳାର ବିହାର ,ପ୍ରକାଶ ସରଦାର ଗ୍ରାମ ଏମ ଭି ୩୩ ମାଲକାନଗିରି,ସମସ୍ତ ଙ୍କୁ ଗିରଫ କରାଯାଇ କୋର୍ଟ ଚାଲାଣ କରାଯାଇଥିବା ନେଇ ଚିତ୍ରକୁଣ୍ଡା ଏସ ଡି ପି ଓ ଅଂଶୁମାନ ଦ୍ବିବେଦୀ ପ୍ରକାଶ କରିଛନ୍ତି।

Leave A Reply

Your email address will not be published.