mobile header

ଜିଲ୍ଲା ସ୍ତରୀୟ କ୍ଷୁଦ୍ର ନିଯୁକ୍ତି ମେଳା ଅନୁଷ୍ଠିତ


ମାଲକାନଗିରି
ଜିଲ୍ଲା ପ୍ରଶାସନ, ମାଲକାନଗିରି ଏବଂ ଓଡିଶା ଦକ୍ଷତା ବିକାଶ ପ୍ରାଧିକାରଣ ମାଲକାନଗିରି ମିଳିତ ଅନୁକୂଲ୍ୟରେ ଏକ ଖୁଦ୍ର ନିଯୁକ୍ତି ମେଳା ଜିଲ୍ଲାପାଳ ବିଶାଳ ସିଂ ଙ୍କ ନିର୍ଦଷ କ୍ରମେ, ମାଲକାନଗିରି ମହାବିଦ୍ୟାଳୟ ପରିଷଦରେ ଅନୁଷ୍ଠିତ ହୋଇଛି.
ଏହି ନିଯୁକ୍ତି ମେଳାକୁ ଜିଲ୍ଲା ନିଯୁକ୍ତି ଅଧିକାର ମନଶ୍ଵି ସେଠି ସଭାପତିତ୍ୱ କରିବା ବେଳେ ମୁଖ୍ୟ ଅତିଥି ରୂପେ ମାଲକାନଗିରି ମହାବିଦ୍ୟାଳୟ ର ଅଧି୍ୟକ୍ଷ ଅଶୋକ କୁମାର ସଡଙ୍ଗୀ ଯୋଗଦାନ କରି ମେଳାକୁ ଉଧୃଘାଟନ କରିଥିଲେ | ଏହି ସଚେତନ ସଭା ରେ ମୁଖ୍ୟ ବକ୍ତା ରୂପେ IQAC ମାଲକାନଗିରି ମହାବିଦ୍ୟାଳୟ ର ସଂଯୋଜକ ଡ୍ର. ରଞ୍ଜନ କୁମାର ସ୍ୱାଇଁ ମାଲକାନଗିରି ଛାତ୍ର ଛାତ୍ରୀ କିପରି ବେସରକାରୀ ସଂସ୍ଥାର ନିଯୁକ୍ତି ପାଇଁ ପାରିବେ ସେହି ବିଷୟରେ ଆଲୋକପାତ କରିଥିଲେ | ଏହି ନିଯୁକ୍ତି ମେଳାରେ ହସିଲ, ଅରବିନ୍ଦ ଫାଇନାନ୍ସ, ଭାରତ ଫାଇନାନସିଆଲ ଇଂକଲୁସନ ଲଟଡ଼, ସାହାନା କ୍ଳଥିନଂ, କଇସସ କର୍ପୋରେସନ, D-Mart ଇତି୍ୟାଦି ଅନୁଷ୍ଠାନ ଯୋଗଦାନ କରିଥିଲେ | ଏହି କର୍ମ ନିଯୁକ୍ତି ମେଳାରେ ମାଲକାନଗିରି ଜିଲ୍ଲା ରୁ 200 ରୁ ଅଧିକ ଶିକ୍ଷିତ ଛାତ୍ର ଛାତ୍ରୀ ଉପସ୍ଥିତ ରହି ନିଯୁକ୍ତି ପାଇଁ ପଞ୍ଜିକରଣ କରିଥିଲେ | ଏହି କାର୍ଯ୍ୟରେ ଗୁପ୍ତ ମାଢି କନିଷ୍ଠ ନିଯୁକ୍ତ ଅଧିକାରୀ, ସୁଧାଶ୍ରୀ ସାହୁ ମହାତ୍ମା ଗାନ୍ଧୀ ନାସନାଲ ଫେଲଓ, ପ୍ରଳୟ ମେହେର ଜିଲ୍ଲା ଦକ୍ଷତା ସଂଯୋଜକ ଉପସ୍ଥିତ ରହି ସହଯୋଗ କରିଥିଲେ |
ମାଲକାନଗିରି ମହାବିଦ୍ୟାଳୟ ର ପ୍ରେମରେଖା ଭତ୍ରା, ଗୌତମ ନାୟକ, ଦୀପ୍ତି ରେଖା ମିଶ୍ର, ମେଘା ଅଗ୍ରୱାଲ, ଆରତୀ ଲୁଗୁନ ସମେତ ଅଣଶିକ୍ଷକ ଅଧିକାରୀ ସାହାଯ୍ୟ କରିଥିଲେ | ସଭା ଶେଷରେ ନମିତା ଦଣ୍ଡସେନା ଜାତୀୟ ସେବା ସଂସ୍ଥା ଜିଲ୍ଲା ଅଧିକାରୀ ଧନ୍ୟବାଦ ଅର୍ପଣ କରିଥିଲେ | ଏହି କାର୍ଯ୍ୟକ୍ରମ ସାଫଲ ହୋଇଥିବାରୁ ଜିଲ୍ଲା ନିଯୁକ୍ତି ଅଧିକାରୀଙ୍କୁ ପ୍ରଶଂସା କରିଥିଲେ |

Leave A Reply

Your email address will not be published.