mobile header

ପୁଅକୁ ଦେଖି ଟ୍ରେନରେ ଫେରୁଥିବା ବେଳେ ବାପାର ମୃତ୍ୟୁ

ନୟାଗଡ-ଆପ୍ର-ପୁଅକୁ ଅନେକ ଦିନରୁ ନ ଦେଖି ପୁଅକୁ ଦେଖିବାକୁ ଯାଇ ଜମ୍ମୁକାଶ୍ମୀରରୁ ଟ୍ରେନ ରେ ଫେରୁଥିବା ବେଳେ ବାଟରେ ଆକସ୍ମିକ ମୃତ୍ୟୁ ଘଟିଛି ।
ଓଡ଼ଗାଁ ବ୍ଳକ ଧଝୋଲା ଗ୍ରାମର ଟୁକୁଁନ ନାୟକ ଜମ୍ମୁକାଶ୍ମୀରରେ ମିସ୍ତ୍ରୀ କାମ କରନ୍ତି ।କାର୍ଯ୍ୟବ୍ୟସ୍ତତା ଯୋଗୁ ବହୁଦିନ ହେଲା ଗ୍ରାମକୁ ଆସି ପାରିନଥିଲେ ।ବଡ଼ପୁଅ ଟୁକୁନା କୁ ଦେଖିବାକୁ ବ୍ୟସ୍ତ ହୋଇ ବୃଦ୍ଧ ପିତା କୈଳାସ ନାୟକ (୬୨) ପୁଅକୁ ଦେଖା କରିବାକୁ ସୁଦୂର ଜମ୍ମୁକାଶ୍ମୀରକୁ ଯାଇ ପୁଅକୁ ଦେଖା କରି ଖୁସି ଥିଲେ ।ପୁଅ ପାଖରେ ୨୦ ଦିନ ରହି ଭଣଜା ସାଥିରେ ଟ୍ରେନ ଯୋଗେ ଜମ୍ମୁକାଶ୍ମୀରରୁ ଫେରିବା ବାଟରେ ଲୁଧିଆନା ରେଲୱେ ଷ୍ଟେସନ ଠାରେ ଛାତିରେ ଭୀଷଣ କଷ୍ଟ ଅନୁଭବ କରିବାରୁ ଭଣଜା ଲୁଧିଆନ। ପୋଲିସ ସହାୟତାରେ ରେଲୱେ ଡାକ୍ତର ଖାନାରେ ଭର୍ତ୍ତି କରିଥିଲେ ।ରେଲୱେ ବିଭାଗୀୟ ଡାକ୍ତର ପରୀକ୍ଷା କରି କୈଳାସ କୁ ମୃତ୍ୟୁ ଘୋଷଣା କରିଥିଲେ ।ଖବର ପାଇ ବଡ଼ପୁଅ ଟୁକୁନା ପହଞ୍ଚି ଲୁଧିଆନା ଠାରେ କାର୍ଯ୍ୟରତ କିଛି ଓଡ଼ିଆ ଲୋକଙ୍କ ସହାୟତ ନେଇ ବାପାର ଶବ ଦାହ କରିଥିଲେ ।ସବୁଠାରୁ ବଡ଼ କଥା ହେଲା କୈଳାସ ନାୟକ ଙ୍କ ବାପା ଈଶ୍ୱର ନାୟକ (୯୫) ଏବେବି ବଞ୍ଚିଛନ୍ତି ।ପୁଅର ମଲା ଖବର ଶୁଣି ସେ ବର୍ତମାନ ଶଯ୍ୟାଶାୟୀ ହେବ ବେଳେ ତାଙ୍କ ପରିବାରର ସମସ୍ତେ ଦୁଃଖରେ ଭାଙ୍ଗି ପଡିଛନ୍ତି ଏବଂ ଏହି ଅଘଟଣ ଶୁଣି ସାରା ଅଞ୍ଚଳରେ ଶୋକର ଛାୟା ଖେଳି ଯାଇଛି ।

Leave A Reply

Your email address will not be published.