
ନୟାଗଡ-ଆପ୍ର- ଓଡ଼ଗାଁ ନିକଟସ୍ଥ ଜଙ୍ଗଲରେ କୁକୁର ଗୋଡ଼ାଇବାରୁ ଭୟରେ ଏକ କୁଟୁରା ଆସି ନିକଟସ୍ଥ ମଶାବାରି ଗ୍ରାମ ଭିତରକୁ ପଶି ଆସିଥିଲା ।କୁଟୁରା କୁ କୁକୁର ଠାରୁ ରକ୍ଷାକରି କିଛି ଲୋକ ବନ ବିଭାଗ ସହିତ ସମ୍ପର୍କ ସ୍ଥାପନ କରିଥିଲେ ।ବନ ବିଭାଗର ବନପାଳ ସନ୍ଧ୍ୟାରାଣୀ ନାୟକ ଓ ଅନ୍ୟ କର୍ମଚାରୀ ପହଞ୍ଚି କୁଟୁରା କୁ ଉଦ୍ଧାର କରି ନିଜ ସହିତ ନେଇ ଯାଇଥିଲେ ।ଓଡ଼ଗାଁ ଠାରେ ପଶୁ ଓ ପ୍ରାଣୀଧନ ଚିକିତ୍ସାଳୟରେ ଡାକ୍ତରଙ୍କ ଦ୍ୱାରା ପ୍ରାଥମିକ ପରୀକ୍ଷା ପରେ କୁଟୁରା ସୁସ୍ଥ ଥିବା ଜାଣି ନିକଟସ୍ଥ ଜଙ୍ଗଲରେ ଛାଡି ଦେଇଥିଲେ ।ଜଙ୍ଗଲ କ୍ଷୟ ଓ ଅଗ୍ନିକାଣ୍ଡ କାରଣରୁ କ୍ରମଶଃ ଜଙ୍ଗଲ ଜନ୍ତୁ ବିପଦରେ ପଡୁଥିବା ବେଳେ ଶିକାରୀ ଓ କୁକୁରଙ୍କ ଲୋଲୁପ ଦୃଷ୍ଟିରୁ ମଧ୍ୟ ଜଙ୍ଗଲ ପଶୁ ଙ୍କ ପ୍ରତି ସବୁବେଳେ ବିପଦ ଲାଗି ରହିଛି ।