ଅବସର ପ୍ରାପ୍ତ ଶିକ୍ଷକଙ୍କୁ ବିଦାୟୀ କାଳିନ ସମ୍ବର୍ଦ୍ଧନା

ମୟୁରଭଞ୍ଜ ଜିଲ୍ଲା ଗୋପବନ୍ଧୁ ନଗର ବ୍ଳକ ଶିକ୍ଷା ବିଭାଗ ଅଧିନ ସାଇଁକୁଳା କ୍ଳଷ୍ଟର ର ହାଟନୂଆଗାଁ ପ୍ରାଥମିକ ବିଦ୍ୟାଳୟ ରେ ଅବସର ଗ୍ରହଣ କରିଥିବା ୪ ଶିକ୍ଷକଙ୍କୁ ବିଦାୟ କାଳିନ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଛି ।
ବସନ୍ତ କୁମାର ନାଏକ ଙ୍କ ସଭାପତିତ୍ଵରେ ଅନୁଷ୍ଠିତ ସଭାରେ ମୁଖ୍ୟ ଅତିଥି ଭାବେ ବ୍ଳକ ଶିକ୍ଷକ ସଂଘର ସଭାପତି ଦେବବ୍ରତ ବାରିକ , ସମ୍ମାନିତ ଅତିଥିରୂପେ କ୍ଳ ଷ୍ଟର ର ସିଆରସିସି ସଂଜିବ ପ୍ରଧାନ , ମୁଖ୍ୟବକ୍ତା ରୁପେ ପ୍ରିୟବ୍ରତ ବାରିକ , ସଂଘର ସମ୍ପାଦକ କୃଷ୍ଣଚନ୍ଦ୍ର ସାହୁ , ପ୍ରମୁଖ ଯୋଗ ଦେଇ ସେବାନିବୃତ ହୋଇଥିବା ଶିକ୍ଷକ , ଶିକ୍ଷୟତ୍ରୀ ମାନଙ୍କର ଦୀର୍ଘ ବର୍ଷର ଶିକ୍ଷାଦାନ ଓ ସମାଜ ଗଠନରେ ସେମାନଙ୍କର ଅବଦାନ ସଂମ୍ପର୍କରେ ଆଲୋଚନା କରିଥିଲେ । ଏହି ପରିପେକ୍ଷିରେ ଅବସର ଗ୍ରହଣ କରିଥିବା ପ୍ରଭାସ କୁମାର ପତି , ଚନ୍ଦ୍ରଶେଖର ଦାସ , ଶିକ୍ଷୟତ୍ରୀ ନିରୁପମା ବେହେରା , ସରସ୍ଵତୀ ନାଏକଙ୍କୁ ମାନପତ୍ର ଓ ଉତ୍ତରିୟ ପ୍ରଦାନ କରି ସମ୍ବର୍ଦ୍ଧନା ଜ୍ଞାପନ କରିଥିଲେ ଅତିଥିଗଣ । ଏବଂ ଅବସର ଗ୍ରହଣ କରିଥିବା ଶିକ୍ଷକ ଶିକ୍ଷୟତ୍ରୀ ମାନେ ସେମାନଙ୍କ ଚାକିରି ଜୀବନ ର ଅନୁଭୂତି ସଂମ୍ପର୍କରେ ସୁଚାଇବା ସହ ଶିକ୍ଷକ ମାନଙ୍କୁ ସମୟାନୁବର୍ତ୍ତୀତା ଏବଂ ଛାତ୍ରବତ୍ସଳ ଶିକ୍ଷକ ରୁପେ ନିଜ ନିଜକୁ ପ୍ରତିପାଦିତ କରିବା ପାଇଁ ପରାମର୍ଶ ଦେଇଥିଲେ । ଶିକ୍ଷକ ବଙ୍କିମ ଚନ୍ଦ୍ର ବାରିକ ସଭା ପରିଚାଳନା କରିଥିବା ବେଳେ ସୁଦର୍ଶନ ବେହେରା ଧନ୍ୟବାଦ ଅର୍ପଣ କରି ସଭା ଭଙ୍ଗ କରିଥିଲେ ।

Leave A Reply

Your email address will not be published.