mobile header

ଦୁଇ ଓଡିଆଙ୍କୁ ମରଣୋତ୍ତର ସୌର୍ଯ୍ୟ ଚକ୍ର ସମ୍ମାନ, ବିମାନବନ୍ଦରରେ ସହିଦଙ୍କ ପରିବାର ଲୋକଙ୍କୁ ଭବ୍ୟ ସ୍ୱାଗତ

ସେପ୍ଟେମ୍ବର ୯, ୨୦୨୦ ରେ କଳାହାଣ୍ଡିରେ ନକ୍ସଲ୍ ଅପରେସନ୍ ବେଳେ ଏମାନେ ସହିଦ ହୋଇଥିଲେ । ଉଭୟ ଓଡ଼ିଶା ପୋଲିସର ସ୍ପେସାଲ୍ ଅପରେସନ୍ ଗ୍ରୁପ୍ ରେ କାମ କରୁଥିଲେ । ଦେବାଶିଷ ସେଠୀ ଏବଂ ସୁଧୀର ଟୁଡୁ ୨୦୧୩ ରେ ଓଡ଼ିଶା ପୋଲିସରେ ଯୋଗଦେଇଥିଲେ । ମଙ୍ଗଳବାର ରାଷ୍ଟ୍ରପତି ଉଭୟ ସହିଦଙ୍କ ପରିବାର ଲୋକଙ୍କୁ ସମ୍ମାନିତ କରିଛି ମହାମହିମ ରାଷ୍ଟ୍ରପତି । ଆଜି ସହିଦଙ୍କ ପରିବାର ଭୁବନେଶ୍ୱର ପହିଞ୍ଚିବା ପରେ ବିମାନବନ୍ଦରରେ ଭବ୍ୟ ସ୍ୱାଗତ କରିଯାଥିଲା । ଏହା ପରେ ସହିଦଙ୍କ ପରିବାର ପୋଲିସ ଡିଜିଙ୍କୁ ଭେଟିଛନ୍ତି ।

Leave A Reply

Your email address will not be published.