mobile header

ଦିବ୍ୟାଙ୍ଗ ହୋଇ ମଧ୍ୟ ସର୍ବ ଭାରତୀୟ ଭାର ଉତ୍ତୋଳନ ପ୍ରତିଯୋଗିତାରେ ସ୍ବର୍ଣ୍ଣ ପଦକ ଜିତିଲେ ଜ୍ଞାନ ରଞ୍ଜନ

ଦିବ୍ୟାଙ୍ଗ ହୋଇ ମଧ୍ୟ ନିଜ ଶାରୀରିକ ଅକ୍ଷମତାକୁ ପଛରେ ପକାଇ ସର୍ବ ଭାରତୀୟ ସ୍ତରରେ ଭାର ଉତ୍ତୋଳନ ପ୍ରତିଯୋଗିତାରେ ସ୍ବର୍ଣ୍ଣ ପଦକ ଜିତି ଗୌରବ ଆଣିଛନ୍ତି ଯାଜପୁର ଜିଲ୍ଲା ବାଲିଚନ୍ଦ୍ରପୁର ପଞ୍ଚାୟତ ନାନପୁର ପଟଣା ଗାଁର ଜ୍ଞାନ ରଞ୍ଜନ ସାହୁ। ଯାହାକି ସମ୍ପୃକ୍ତ ଅଞ୍ଚଳରେ ଏବେ ଚର୍ଚ୍ଚାର ବିଷୟ ହୋଇଛି। ସେ ଏବେ ଅନ୍ୟମାନଙ୍କ ପାଇଁ ଉଦାହରଣ ପାଲଟିଛନ୍ତି।

ଜ୍ଞାନ ରଞ୍ଜନ ସାହୁ ଦିବ୍ୟାଙ୍ଗ ହେଲେ ମଧ୍ୟ ହେଲେ ନିଜର ଅକ୍ଷମତା କୁ ପଛରେ ପକାଇ ସବୁକିଛି ସମ୍ଭବ କରି ପାରିଛନ୍ତି। ସର୍ବ ଭାରତୀୟ ଭାର ଉତ୍ତୋଳନ ପ୍ରତିଯୋଗିତାରେ ସେ ଭାଗ ନେଇ ସ୍ବର୍ଣ୍ଣ ପଦକ ହାସଲ କରିଛନ୍ତି। କୋଲକାତାରେ ୱାର୍ଲଡ ପାୱାର ଲିଫଟିଂ ଇଣ୍ଡିଆ ପକ୍ଷରୁ ସର୍ବ ଭାରତୀୟ ଶକ୍ତି ଉତ୍ତୋଳନ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା। ଏଥିରେ ବିଭିନ୍ନ ରାଜ୍ୟର ୩୫ ଜଣ ପ୍ରତିଯୋଗୀଙ୍କୁ ପଛରେ ପକାଇ ୧୨୫ କିଲୋଗ୍ରାମ ବର୍ଗରେ ଶକ୍ତି ଉତ୍ତୋଳନ କରି ପ୍ରଥମ ସ୍ଥାନ ଅଧିକାର କରିଛନ୍ତି। ସବୁଠାରୁ ବଡ଼ କଥା ହେଉଛି ୩୫ ଜଣ ସାଧାରଣ ପ୍ରତିଯୋଗୀ ଥିବା ବେଳେ ଜ୍ଞାନ ରଞ୍ଜନ ଦିବ୍ୟାଙ୍ଗ ହୋଇ ମଧ୍ୟ ସମସ୍ତଙ୍କୁ ପଛରେ ପକାଇ ପ୍ରଥମ ସ୍ଥାନ ଅଧିକାର କରି ରାଜ୍ୟ ଓ ଜିଲ୍ଲା ପାଇଁ ଗୌରବ ଆଣିଛନ୍ତି। ଜ୍ଞାନ ରଞ୍ଜନ ଦୁଇଥର ଜାତୀୟ ଓ ଚାରିଥର ରାଜ୍ୟ ସ୍ତରୀୟ ଶକ୍ତି ଉତ୍ତୋଳନ ପ୍ରତିଯୋଗିତାରେ ଭାଗ ନେଇ ସ୍ଵର୍ଣ ଓ ରୋପ୍ୟ ପଦକ ହାତେଇ ସାରିଛନ୍ତି.

Leave A Reply

Your email address will not be published.