mobile header

ସ୍ଵାମୀ ସାଜିଲା ସଇତାନ ନିଜ ସ୍ତ୍ରୀଙ୍କୁ ଗୁଳି କରି କଲା ହତ୍ୟା

ବୌଦ୍ଧ: ଦେଶୀ ବନ୍ଧୁକରେ ପତ୍ନୀଙ୍କୁ ଗୁଳିକରି ହତ୍ୟାକଲା ମଦ୍ୟପ ସଇତାନ ସ୍ୱାମୀ । ଅଭିଯୁକ୍ତକୁ କାବୁ କରି ପୋଲିସର ଜିମାଦେଲେ ଗ୍ରାମବାସୀ ।ଗତ ମାତ୍ର ଦୁଇଦିନ ହେବ ସାବିତ୍ରୀ ଅମାବାସ୍ୟା ରେ ନିଜର ସ୍ୱାମୀର ମଙ୍ଗଳ କାମନା କରି ଭୋକ ଉପାସରେ ନିର୍ଜ୍ଵଲା ଉପବାସ ରହି ବ୍ରତ ପାଳନ କରିଥିବା ବେଳେ ଅତ୍ୟାଚାରୀ ସଇତାନ ସ୍ଵାମୀ ସେହି ସାବିତ୍ରୀ ଙ୍କୁ କରିଛି ହତ୍ୟା । ସୂଚନା ଅନୁଯାୟୀ ବୌଦ୍ଧ ଜିଲ୍ଲା ହରଭଙ୍ଗା ଥାନା ଗେରେଡ଼ିସାହି ଗ୍ରାମର ରୋହିତ ମଲ୍ଲିକ ଓ ପତ୍ନୀ ଗୀତାଞ୍ଜଳି ମଲ୍ଲିକଙ୍କ ମଧ୍ୟରେ ଘରୋଇ କଳହ ହେବ ସହିତ ସାମାନ୍ୟ ବଚସା ହୋଇଥିଲା । ଉଭୟ ଙ୍କ ମଧ୍ୟରେ ଅନେକ ସମୟ ଧରି ସ୍ଵାମୀ ର ମଦ ପିଇବାକୁ ନେଇ ବଚସା ଲାଗି ରହିଥିବା ବେଳେ ଏଥିରେ ଉତ୍କ୍ଷିପ୍ତ ହୋଇ ରୋହିତ ଏକ ଦେଶୀ ବନ୍ଧୁକ ରେ ପତ୍ନୀଙ୍କ ଉପରକୁ ଗୁଳି ଚଳାଇଥିଲେ । ଫଳରେ ଘଟଣା ସ୍ଥଳରେ ହିଁ ଗୀତାଞ୍ଜଳି ଟଳି ପଡ଼ିଥିଲେ। ଘଟଣା ଘଟାଇ ଅଭିଯୁକ୍ତ ଫେରାର ହେବାକୁ ପ୍ରୟାସ କରୁଥିବା ବେଳେ ଗ୍ରାମବସୀ ଅଭିଯୁକ୍ତ କୁ କାବୁ କରି ପୋଲିସ କୁ ଖବର ଦେଇଥିଲେ । ଖବର ପାଇ ହରଭଙ୍ଗା ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଅଭିଯୁକ୍ତ କୁ ଗିରଫ କରିବା ସହ ବନ୍ଧୁକ ଟିକୁ ଜବତ କରିଥିବା ବେଳେ ମୃତଦେହ ଜବତ୍ କରି ଶବ ବ୍ୟବଚ୍ଛେଦ ପାଇଁ ବୌଦ୍ଧ ମୁଖ୍ୟାଳୟ ପଠାଯାଇଥିବା ଜଣାପଡିଛି।

Leave A Reply

Your email address will not be published.