ଓଡିଶା ପୁଲିସ ମହାନିର୍ଦ୍ଧେଶକଙ୍କ ମାଲକାନଗିରି ଜିଲା ଯନ୍ତ୍ରୀ ବିଏସଏଫ କ୍ୟାମ୍ପ ଗ୍ରସ୍ତ,* ଡିଯିପି ଙ୍କ ଉପସ୍ଥିତିରେ ଆତ୍ମ ସମର୍ପଣ କଲେ ଦୁଇ ମହିଳା ମାଓବାଦୀ ସହ 50 ଜଣ ମାଓବାଦୀ ମିଲେସିଆ

ଚିତ୍ରକୋଣ୍ଡା:-02/05/2022-ଆଜି ଓଡିଶା ପୁଲିସ ମହାନିର୍ଦ୍ଧେଶକ ସୁନିଲ ବଂଶଲ ମାଲକାନଗିରି ଜିଲା ଗ୍ରସ୍ତ କରି ଚିତ୍ରକୋଣ୍ଡା ସ୍ୱାଭିମାନ ଅଞ୍ଚଳ ମାଓଗଡ଼ ଯନ୍ତ୍ରୀ ବିଏସଏଫ କ୍ୟାମ୍ପ ପରିଦର୍ଶନ ରେ ଆସିବା ସହିତ କ୍ୟାମ୍ପ ତଥା ମାଓବାଦୀ ଙ୍କ ସ୍ଥିତି ସମୀକ୍ଷା କରିବା ଏବଂ ମାଓବାଦୀ ଦମନ ନେଇ ନୁର୍ତ୍ତନ ରଣ କୌଶଳ ଦେଇଥିଲେ l ଡିଜିପି ପହଂଚିବା କ୍ଷଣି ତାଙ୍କ ଉପସ୍ଥିତିରେ ଦୁଇ ଜଣ ମହିଳା ମାଓବାଦୀ ସହିତ 50 ଜଣ ମିଲେସିଆ ମାଓବାଦୀ ଦରଖାସ୍ତ ସହିତ ଆତ୍ମ ସମର୍ପଣ କରିଥିବା ଡ଼ିଆଇଜି ସୂଚନା ଦେଇଛନ୍ତି l ସ୍ୱାଭିମାନ ଅଞ୍ଚଳରେ ଗୁରୁପ୍ରିୟା ସେତୁ ନିର୍ମାଣ ପରେ ଉକ୍ତ ଅଂଚଳର ବିଭିର୍ଣ୍ଣ ସ୍ଥାନରେ ବିଏସଏଫ କ୍ୟାମ୍ପ ସ୍ଥାପନ ପରେ ଧିରେ ଧିରେ ମାଓବାଦୀ ଙ୍କ ଲାଲଗଡ଼ ଭୁଶୁଡିପଡିଥିଲା l ସ୍ୱାଭିମାନ ଅଞ୍ଚଳ ଲୋକେ ମାଓବାଦୀ ଙ୍କ ହାତ ଛାଡ଼ି ସରକାର, ଜିଲା ତଥା ପୁଲିସ ପ୍ରଶାସନ ର ବିଶ୍ୱାସ ଭାଜନ ହୋଇଥିଲା l ସ୍ୱାଭିମାନ ଅଞ୍ଚଳରେ ଓଡିଶା ପୁଲିସ ଓ ବିଏସଏଫ କ୍ୟାମ୍ପ ଦ୍ଵାରା ମାଓମୁକ୍ତ କରିବାରେ ସଫଳ ହୋଇଛି l ସ୍ୱାଭିମାନ ଅଞ୍ଚଳ ଯନ୍ତ୍ରୀ ଓ ଅଣ୍ଡିରାପାଲି ର କେତେକ ଦୁର୍ଗମ ଅଞ୍ଚଳରେ ମାଓବାଦୀ ତାଙ୍କର କାର୍ଯ୍ୟ ଜାରିରଖିଥିଲେ, ଘନବେଢା ଓ ଯନ୍ତ୍ରୀ ରେ ବିଏସଏଫ କ୍ୟାମ୍ପ ପ୍ରତିଷ୍ଠା ହେବା ଉକ୍ତ ଦୁଇ ପଞ୍ଚାୟତ ରୁ ମାଓ ଗଡ଼ ଭୁସିଡ଼ି ପଡିଉକ୍ତ ଅଞ୍ଚଳ ମାଓ ମୁକ୍ତ ଅଞ୍ଚଳ ହେବାରେ ଲାଗିଛି l ଆଉ ଅଳ୍ପ କିଛି ରହି ଯାଇଥିବା ମାଓବାଦୀ ମାନେ ହିଂଶାତ୍ମକ ରାସ୍ତା ଛାଡ଼ି ସମାଜର ମୁଖ୍ୟ ଶ୍ରୋତରେ ସାମିଲୀ ହେବାକୁ ଆହ୍ୱାନ ଦେଇଛନ୍ତି ଡିଜିପି l ଆଜି ଡିଜିପି ଙ୍କ ଗ୍ରସ୍ତ ସମୟରେ ତାଙ୍କ ସହିତ ଥିଲେ ଦକ୍ଷିଣ ପଶ୍ଚିମାଞ୍ଚଳ ଡିଆଇଜି ରାଜେଶ ପଣ୍ଡିତ ଓ ମାଲକାନଗିରି ଏସପି ନୀତିଶ ୱାଧିଆନି l

Leave A Reply

Your email address will not be published.