ବିଶ୍ୱ ପରିବେଶ ଦିବସ ପାଳିତ

ମାଲକାନଗିରି
ଆଜି ମାଲକାନଗିରି ଜିଲ୍ଲା ଡିଭିଜୋନାଲ ଫରେଷ୍ଟ ଅଫିସର ବୈଠକ ଗୃହରେ ବିଶ୍ୱ ପରିବେଶ ଦିବସ ପାଳିତ ହୋଇ ଯାଇଛି । ଏହି ବୈଠକରେ ମୁଖ୍ୟ ଅତିଥି ଭାବେ ଡି ଏଫ ଓ ପ୍ରତାପ କତାପାଲି ଯୋଗ ଦେଇଥିଲେ । ଏହି ବୈଠକେ ପରିବେଶ କୁ କିପରି ସୁରକ୍ଷା ଦିଆ ଯାଇପାରିବ । ଅଧିକ ମାତ୍ରାରେ ବୃକ୍ଷ ରୋପଣ କରାଯାଇ ପାରିବ ଓ ବିଭିନ୍ନ ପର୍ବ ବନ୍ୟା ଜନ୍ତୁ ଶିକାର କୁ କିପରି ରୋକା ଯାଇ ପାରିବ ସେ ସମ୍ବନ୍ଧରେ ଆଲୋଚନା ହୋଇଥିଲା। ଏବଂ ସମସ୍ତ ଗ୍ରାମରେ ପରିବେଶ ସୁରକ୍ଷା ନିମନ୍ତେ ସଚେତନତା କାର୍ଯ୍ୟ କ୍ରମକୁ ଅଧିକ ମାତ୍ରରେ କରିବା ପାଇଁ ମଧ୍ୟ ଆଲୋଚନା ହୋଇଥିଲା । ଏହି କାର୍ଯ୍ୟ କ୍ରମରେ 7 ଜଣ ପକୃତି ବନ୍ଧୁଙ୍କୁ 10 ହଜାର ଟଙ୍କା ପ୍ରଦାନ କରାଯିବା ସହ ବିଦ୍ୟାଳୟ ଓ ମହାବିଦ୍ୟାଳୟ ର ଛାତ୍ର ଛାତ୍ରୀ ମାନଙ୍କ ଦ୍ୱାରା ଚିତ୍ର , ବକୃତା ଭଳି ପ୍ରତିଯୋଗିତା କରାଯାଇ ସେମାନଙ୍କୁ ପୁରସ୍କାର ପ୍ରଦାନ କରାଯାଇଥିଲା । ଏହି ଅବସରରେ ଏ ସି ଏଫ କୁନ୍ଦନ ସିଂ , ଲିଲି ଅମାନତ୍ୟ , ବିଶ୍ୱ ବନ୍ୟା ଜନ୍ତୁ ରକ୍ଷକ ରାମ କୃଷ୍ଣ ଚୌଧୁରୀ , ଅଧ୍ୟାପକ ରଞ୍ଜନ କୁମାର ସ୍ୱାଇଁ ଙ୍କ ସମେତ ଅନେକ ବନ ବିଭାଗର କର୍ମଚାରୀ ମାନେ ଉପସ୍ଥିତ ରହି ଥିଲେ ।

Leave A Reply

Your email address will not be published.