ମହାପ୍ରଭୁ ଶ୍ରୀଜଗନ୍ନାଥ, ଶ୍ରୀବଳଭଦ୍ର ଓ ଦେବୀ ସୁଭଦ୍ରାଙ୍କ ପାଇଁ ସୁନା ହାର ପ୍ରଦାନ କରିଛନ୍ତି ଭକ୍ତ। ୫୧ ଗ୍ରାମ ସୁନାରେ ତିଆରି ପାନା ଓ ମୋତିଥିବା ସୁନାର ହାର ଶ୍ରୀମନ୍ଦିର ପ୍ରଶାସନିକ କାର୍ଯ୍ୟାଳୟରେ ପ୍ରଦାନ କରିଛନ୍ତି ଗୁଜୁରାଟ ରାଜକୋଟର ଭକ୍ତ। ପୁଅ ଓମକାର ପାଇଁ ରଖିଥିବା ମାନସିକ ପୂରଣ ସହ ମହାପ୍ରଭୁଙ୍କ ଆର୍ଶୀବାଦ ପାଇବା ପାଇଁ ସେ ଏହା ପ୍ରଦାନ କରିଛନ୍ତି।
