୧୦ ବର୍ଷ ପରେ ବିଦେଶ ଯିବେ ନବୀନ

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବିଦେଶ ଯିବା ସୂଚନା ରହିଛି । ଆସନ୍ତା ୨୮ ତାରିଖରେ ମୁଖ୍ୟମନ୍ତ୍ରୀଙ୍କର ୟୁଏଇ ରେ କାର୍ଯ୍ୟକ୍ରମ ରହିଥିବା ସୂଚନା ମିଳିଛି । ୟୁଏଇ ରେ ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗଦେବେ ମୁଖ୍ୟମନ୍ତ୍ରୀ । ୟୁଏଇରେ ଇଣ୍ଡଷ୍ଟ୍ରିଆଲ ମିଟ୍ ରେ ଯୋଗଦେବାର କାର୍ଯ୍ୟକ୍ରମ ରହିଛି । ଫିକି, ଇପକଲ୍‌, ସ୍ଥାନୀୟ କନସୁଲେଟଙ୍କ ପକ୍ଷରୁ କାର୍ଯ୍ୟକ୍ରମ ଆୟାଜନ । କାର୍ଯ୍ୟକ୍ରମରେ ଯୋଗଦେବା ସହ ପ୍ରବାସୀ ଓଡିଆଙ୍କୁ ବି ଭେଟିବେ । ମୁଖ୍ୟମନ୍ତ୍ରୀ ଇଟାଲି ମଧ୍ୟ ଯିବା କାର୍ଯ୍ୟକ୍ରମ ରହିଥିବା ସୂଚନା ରହିଛି । ଇଟାଲୀର ରୋମ୍ ଯିବା କାର୍ଯ୍ୟକ୍ରମ ରହିଥିବା ସୂଚନା ରହିଛି । ତେବେ ମୁଖ୍ୟମନ୍ତ୍ରୀଙ୍କ ଗସ୍ତ ନେଇ ସିଏମଓ ପକ୍ଷରୁ ବିଧିବଦ୍ଧ ସୂଚନା ଆସିନି ।

Leave A Reply

Your email address will not be published.