mobile header

ଶିଶୁ ଶ୍ରମିକ ପ୍ରଥା ବନ୍ଦ କରିବା ଅଭିଯାନରେ ସୋଆ ସାମିଲ


ଭୁବନେଶ୍ୱର , ୭/୦୬: ଭବିଷ୍ୟତର ନାଗରିକ ଓ ଆଜିର ଶିଶୁମାନଙ୍କୁ ଶ୍ରମ ନୁହେଁ ଶିକ୍ଷା ଆବଶ୍ୟକ ।
ଏହି ଆହ୍ୱାନ ନେଇ ଶିଶୁ ଶ୍ରମିକ ପ୍ରଥାକୁ ବନ୍ଦ କରିବା ଲକ୍ଷ୍ୟରେ ଓଡ଼ିଶା ସରକାରଙ୍କ ଅଧିନସ୍ଥ ଶ୍ରମ ବିଭାଗ
ଦ୍ୱାରା ଆୟୋଜିତ ସଚେତନତା ରାଲିରେ ସାମିଲ ହୋଇଛି ଶିକ୍ଷା ଓ ଅନୁସନ୍ଧାନ (ସୋଆ) ।
ସୋଆ ଏନ୍‌ଏସ୍‌ଏସ୍ ଓ ଭଏସ୍ ଅଫ୍ ସୋଆ କମ୍ୟୁନିଟି ରେଡ଼ିଓ ୯୦.୪ ଏହି ଅଭିଯାନରେ ଯୋଡି
ହୋଇଥିବା ବେଳେ ଏନ୍‌ଏସ୍‌ଏସ୍ ସ୍ୱେଚ୍ଛାସେବୀ ଓ ସୋଆ ରେଡିଓର କର୍ମକର୍ତାମାନେ ରାଲିରେ ଯୋଗ
ଦେଇଥିଲେ ।
ଏହି ରାଲି ଭୁବନେଶ୍ୱରର ରାମ ମନ୍ଦିର ନିକଟରୁ ବାହାରି ମାଷ୍ଟର କ୍ୟାନ୍‌ଟିନ୍ ଅଭିମୁଖେ ଯାଇଥିଲା ।
ସେଠାରେ ଏକ ସଭା ଆୟୋଜନା କରାଯାଇଥିଲା । ଏହି ସଭାରେ ଓଡିଆ ସିନେ ତାରକା ସବ୍ୟସାଚୀ ମିଶ୍ର ଓ
ଅର୍ଚ୍ଚିତା ମିଶ୍ର ଯୋଗ ଦେଇ ଶିଶୁ ଶ୍ରମିକ ପ୍ରଥାକୁ କିପରି ପ୍ରତିହତ କରିହେବ ସେ ନେଇ ବକ୍ତବ୍ୟ ରଖିଥିଲେ ।
ଏହି କାର୍ଯ୍ୟକ୍ରମରେ ଓଏସ୍‌ସିପିସିଆର୍‌ର ଅଧ୍ୟକ୍ଷା ଶ୍ରୀମତି ସନ୍ଧ୍ୟାବତୀ ପ୍ରଧାନ ଓ ଶ୍ରମ କମିଶନର ଡକ୍ଟର ଏନ୍‌.
ତିରୁମଲା ନାୟକ ପ୍ରମୁଖ ଉପସ୍ଥିତ ଥିଲେ ।
ଶିଶୁ ଶ୍ରମିକ ପ୍ରଥାକୁ ବନ୍ଦ କରିବା ନେଇ ଜନସାଧାରଣଙ୍କୁ ସଚେତନତା ବାର୍ତା ଦିଆଯାଇଥିଲା ।
ସୋଆ ଆଉଟ୍‌ରିଚ୍ କାର୍ଯ୍ୟକ୍ରମର ନିର୍ଦ୍ଦେଶକ ପ୍ରଫେସର ନଚିକେତା କେ. ଶର୍ମା ଓ ସୋଆ ରେଡିଓ ଇନ୍‌ଚାର୍ଜ
ଶ୍ରୀମତି ହନି ପଟ୍ଟନାୟକଙ୍କ ତତ୍ୱାବଧାନରେ ସୋଆର ଟିମ୍ ଏହି କାର୍ଯ୍ୟକ୍ରମରେ ଯୋଗ ଦେଇଥିବା ବେଳେ
କାର୍ଯ୍ୟକ୍ରମକୁ ସୋଆ ଆଉଟ୍‌ରିଚର ସହକାରୀ ମ୍ୟାନେଜର ଶ୍ରୀ ପ୍ରତୀକ ଦାସ ଓ ସୋଆ ରେଡିଓ ଷ୍ଟେସନର
ପ୍ରୋଗ୍ରାମ ସଂଯୋଜିକା ଶ୍ରୀମତି ଶୁଭ୍ରସୀମା ମହାନ୍ତି ପରିଚାଳନା କରିଥିଲେ ।

Leave A Reply

Your email address will not be published.