mobile header

ବହୁ ଦିନ ବ୍ୟବଧାନ ପରେ ଚିତ୍ରକୋଣ୍ଡା ଅଂଚଳରେ ଲାଗିଲା ମାଓ ପୋଷ୍ଟର

ବହୁଦିନର ବ୍ୟବଧାନ ପରେ ମାଲକାନଗିରି ଜିଲ୍ଲା ଚିତ୍ରକୋଣ୍ଡା ଅଂଚଳର ଟନେଲ କ୍ୟାମ୍ପରେ ଲାଗିଲା ମାଓ ପୋଷ୍ଟର । ଦଣ୍ଡକାରଣ୍ୟ ଡିଭିଜନ ପକ୍ଷରୁ ଲାଗିଥିବା ଏହି ପୋଷ୍ଟର ଗୁଡିକରେ ପୋଲିସର ମାତ୍ରାଧିକ କାର୍ଯ୍ୟାନୁଷ୍ଠାନ ବିରୁଦ୍ଧରେ ଉଲ୍ଲେଖ ରହିଛି । ଏହାସହ ମିତଲ କମ୍ପାନୀ ପକ୍ଷରୁ କରାଯାଉଥିବା ପାଇପ ଲାଇନ କାମକୁ ମଧ୍ୟ ବିରୋଧ କରିଥିବା ଉଲ୍ଲେଖ କରାଯିବା ସହ ପୋଲିସ ଗଞ୍ଜେଇ ଗଛ କାଟିବା ଓ ଚୋରା ଚାଲାଣ ବନ୍ଦ କରିବା ନାମରେ ନିରୀହ ଆଦିବାସୀଙ୍କୁ ଅତ୍ୟାଚାର କରୁଛି ଏବଂ ଏହାକୁ ବନ୍ଦ ନ କରାଗଲେ ପ୍ରଜା କୋର୍ଟରେ ଦଣ୍ଡିତ କରି ମୃତ୍ୟୁ ଦଣ୍ଡ ଦିଆଯିବ ବୋଲି ପୋଷ୍ଟରରେ ମାଧ୍ୟମରେ ଲାଲ ବାହିନୀ ତରଫରୁ ଉଲ୍ଲେଖ କରାଯାଇଛି । ଗତ କିଛି ଦିନ ପୂର୍ବରୁ ପୋଲିସ ଡିଜି ସୁନୀଲ କୁମାର ବଂସଲ ମାଲକାନଗିରି ଜିଲ୍ଲା ଗସ୍ତରେ ଆସି ମାଓ ମୁକାବିଲାର ସ୍ଥିତି ସମୀକ୍ଷା କରିଥିଲେ । ଡିଜିଙ୍କ ଗସ୍ତର ଅଳ୍ପ କିଛି ଦିନ ପରେ ମାଓ ପୋଷ୍ଟର ଲାଗିବା ଏବେ ଜିଲ୍ଲା ପୋଲିସ ପାଇଁ ଚିନ୍ତାର ବିଷୟ ପଲଟିଥିବା ଜଣାପଡ଼ିଛି ।

Leave A Reply

Your email address will not be published.