mobile header

ବୌଦ୍ଧ:ମନରେଗା ଯୋଜନାରେ ମହାଦୁର୍ନୀତି ଜିଲ୍ଲାପାଳ ଙ୍କୁ ଅଭିଯୋଗ ସତ୍ତ୍ୱେ କିଛି ସୁଫଳ ନାହିଁ।


ବୌଦ୍ଧ: ମନରେଗା ଯୋଜନାରେ ହରି ଲୁଟ ସାଙ୍ଗେ ମନରେଗା ଯୋଜନାରେ ମହାଦୁର୍ନୀତି ହୋଇଥିବା ଦେଖିବାକୁ ମିଳିଛି ବୌଦ୍ଧ ଜିଲ୍ଲା କଣ୍ଟାମାଳ ଅନ୍ତର୍ଗତ ସର୍ଗିପାଲି ରୁ ବନ୍ଧପାଲି ରାସ୍ତା ନିର୍ମାଣରେ।କଣ୍ଟାମାଳ ବ୍ଲକ ରେ ମନରେଗା ଯୋଜନାରେ ମହାଦୁର୍ନୀତି ହେଉଥିବା ନେଇ ବାରମ୍ବାର ଅଭିଯୋଗ ଓ ଗଣ ମାଧ୍ୟମ ରେ ଖବର ପ୍ରକାଶିତ ହେବା ପରେ ମଧ୍ୟ ବୌଦ୍ଧ ପ୍ରଶାସନ ସାଜିଛି ନୀରବ ଦ୍ରଷ୍ଟା।ରାଜନୈତିକ ଛତ୍ର ଛାୟା ତଳେ ରହି କୁଜି ନେତା ଠିକାଦାର ଓ ଯନ୍ତ୍ରୀ ଙ୍କ ମଧ୍ୟରେ ଚାଲିଛି ମଧୁ ଚନ୍ଦ୍ରିକା ଓ ଅର୍ଥ ହରି ଲୁଟ ର କାରବାର।ସୂଚନା ଅନୁଯାୟୀ ସର୍ଗି ପାଲି ଗ୍ରାମର ରାସ୍ତାରେ ମନରେଗା ଯୋଜନାରେ ପ୍ରାୟ ପାଞ୍ଚ ଲକ୍ଷ୍ୟ ଟଙ୍କା ବ୍ୟୟରେ ରାସ୍ତା ନିର୍ମାଣ ପାଇଁ ପ୍ରସ୍ତାବ ରହିଥିଲା।କିନ୍ତୁ ଆଶ୍ଚର୍ଯ୍ୟର କଥା ଉକ୍ତ ରାସ୍ତାରେ ଆଦୌ ମାଟି ମୋରମ ପକା ନ ଯାଇ ସମ୍ପୂର୍ଣ୍ଣ ଭାବେ ସରକାରୀ ଅର୍ଥ କୁ ହରି ଲୁଟ କରିଥିବା ନେଇ ଜିଲ୍ଲାପାଳ ଙ୍କ ନିକଟରେ ଗ୍ରାମବାସୀ ଲିଖିତ ଅଭିଯୋଗ କରିଥିଲେ।ତେବେ ଅଭିଯୋଗ ପରେ ମଧ୍ୟ ପୁନର୍ବାର ଵିଲ୍ ପୈଠ ନହେବାରୁ ଷୋମବାର ଦିନ ସର୍ଗୀ ପାଲି ଗ୍ରାମବାସୀ ଉତ୍ତ୍ୟକ୍ତ ହୋଇ ଜିଲ୍ଲାପାଳ ଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ ସହିତ ରାତିସାରା ଧାରଣାରେ ବସିଥିବା ଦେଖିବାକୁ ମିଳିଥିଲା।ବିଳମ୍ବିତ ରାତିରେ ବୌଦ୍ଧ ଅତିରିକ୍ତ ଜିଲ୍ଲାପାଳ ବବିତା ରାଣୀ ଦଳବେହେରା ଓ ପୋଲିସ ଅଧିକାରୀ ପହଞ୍ଚି ଆନ୍ଦୋଳନକାରୀ ଙ୍କ ସହ ଆଲୋଚନା କରିଥିଲେ ମଧ୍ୟ କୌଣସି ସୁଫଳ ମିଳିନଥିବା ଜଣା ପଡ଼ିଛି।ଫଳରେ ଏହି ସରକାରୀ ଅର୍ଥ ହରିଲୁଟ ମାମଲାରେ ଅଭିଯୁକ୍ତ ଙ୍କ ବିରୁଦ୍ଧରେ କୋଠର କାର୍ଯ୍ୟାନୁଷ୍ଠାନ ନେବାକୁ ଗ୍ରାମବାସୀ ଦାବି କରିଛନ୍ତି।ତେବେ ଜିଲ୍ଲାରେ ବାରମ୍ବାର ମନରେଗା ଯୋଜନାରେ ମହାଦୁର୍ନୀତି ହେଉଥିବା ନେଇ କୌଣସି କାର୍ଯ୍ୟାନୁଷ୍ଠାନ କରାଯାଉ ନଥିବାରୁ ଅନେକ ସ୍ଥାନରେ ଏଭଳି ଜନ ଅସନ୍ତୋଷ ପ୍ରକାଶ ପାଇଛି। ତେବେ ଏଠାରେ ଦେଖିବାକୁ ବାକି ରହିଲା ଜେ କେବେ ଏ ମହାଦୁର୍ନୀତି ର ପର୍ଦ୍ଦାଫାଶ କରୁଛି ବୌଦ୍ଧ ପ୍ରଶାସନ , ନା ପୁଣି ଏ ମନରେଗା ଯୋଜନାରେ ହରିଲୁଟ୍ କରୁଥିବା ଚୋର ମାନଙ୍କ ଅନଟି ର ଘଣ୍ଟି ହୋଇ ପୁଣି ବାଜିବ ତାହା ସମୟ କହିବ।

Leave A Reply

Your email address will not be published.