mobile header

ପାନୀୟ ଜଳ ପାଇବାରୁ ବଞ୍ଚିତ ଗ୍ରାମବାସୀ
ଗରା ବାଲଟି ଧରି ରାସ୍ତାରୋକ

ଖୁଣ୍ଟା – ଶୁଦ୍ଧ ପାନୀୟ ଜଳ ବୁନ୍ଦାଏ ପାଇଁ ବାରମ୍ବାର ଗୁହାରି କରିଥିଲେ ସୁଦ୍ଧା କେହି ସେଥିପ୍ରତି କର୍ଣ୍ଣପାତ କରିଲେ ନାହିଁ । ଶେଷରେ ଆଜି ମଧ୍ୟ ବିଡିଓଙ୍କୁ ଭେଟି ଗୁହାରି ଜଣାଇଲେ । ହେଲେ ବିଡିଓ କିଛି ନ ଶୁଣିବାରୁ ଶେଷରେ ଗରା ବାଲଟି ଧରି ରାଜରାସ୍ତାରେ ବସି ପ୍ରତିବାଦ କଲେ ଗ୍ରାମବାସୀ । ଏହି ରାସ୍ତା ଅବରୋଧ ଫଳରେ ଯାନବାହନ ଚଳାଚଳ ବାଧାପ୍ରାପ୍ତ ହୋଇଛି । ଉଦଳ-ବାରିପଦା ରାଜ୍ୟ ରାଜପଥର କଲିଆ ଛକ ନିକଟରେ ସ୍ଥାନୀୟ ବ୍ଲକ ବଡଖମଣ ପଂଚାୟତ ଅନନ୍ତପୁର ଗ୍ରାମବାସୀମାନେ ରାସ୍ତା ଅବରୋଧ କରିଛନ୍ତି । ହାତରେ ଗରା ବାଲଟି ଧରି ରାସ୍ତା ଅବରୋଧ କରିବା ଫଳରେ ଉଦଳା-ବାରିପଦା ଯୋଗାଯୋଗ ବାଧାପ୍ରାପ୍ତ ହୋଇଛି । ରାସ୍ତାର ଦୁଇ ପାଶ୍ୱର୍ରେ ଯାନବାହନ ଅଟକି ରହିଥିବା ଦେଖିବାକୁ ମିଳିଛି । ପ୍ରଥମେ ଗ୍ରାମବାସୀମାନେ ଗରାବାଲଟି ଧରି ବ୍ଲକ କାର୍ଯ୍ୟାଳୟକୁ ଯାଇ ବିଡିଓଙ୍କ ନିକଟରେ ଦାବି ରଖିଥିଲେ । ହେଲେ ବିଡିଓ କିଛି ନ ଶୁଣିବାରୁ ଗ୍ରାମବାସୀମାନେ ରାଜରାସ୍ତାକୁ ଓହ୍ଲାଇଛନ୍ତି । ଏହା ସହିତ ତୁରନ୍ତ ଏହି ଦାବି ପୂରଣ ନ ହେଲେ ରାସ୍ତା ଅବରୋଧ ହଟିବ ନାହିଁ ବୋଲି ଚେତାବନୀ ଦେଇଛନ୍ତି ଆନ୍ଦୋଳନକାରୀ । ଗ୍ରାମରେ ଥିବା ନଳକୂପରୁ ଠିକ୍ ଭାବେ ପାଣି ବାହାରୁ ନ ଥିବାରୁ ଗ୍ରାମବାସୀମାନେ ଶୁଦ୍ଧ ପାନୀୟ ଜଳ ବୁନ୍ଦାଏ ପାଇବାରୁ ବଂଚିତ ହୋଇଥିବା କହିଛନ୍ତି ।

Leave A Reply

Your email address will not be published.