mobile header

କ୍ୟୁଏସ୍ ୱାର୍ଲ୍ଡ ୟୁନିଭର୍ସିଟି ର‌୍ୟାଙ୍କିଙ୍ଗ୍‌ସ ରେ ପୁଣି ଥରେ ସୋଆ ସ୍ଥାନିତ

ଭୁବନେଶ୍ୱର , ୯/୦୬: ସ୧ାନଜନକ କ୍ୟୁଏସ୍ ୱାର୍ଲ୍ଡ ୟୁନିଭର୍ସିଟି ର‌୍ୟାଙ୍କିଙ୍ଗ୍‌ରେ ଓଡ଼ିଶାର ଏକ ମାତ୍ର
ବେସରକାରୀ ବିଶ୍ୱବିଦ୍ୟାଳୟ ଭାବେ ସ୍ଥାନ ହାସଲ କରିଛି ଶିକ୍ଷା ଓ ଅନୁସନ୍ଧାନ (ସୋଆ) । ଦେଶର ୪୧ଟି ଉଚ୍ଚ
ଶିକ୍ଷାନୁଷ୍ଠାନକୁ ନେଇ ପ୍ରସ୍ତୁତ ଏହି ର‌୍ୟାଙ୍କିଙ୍ଗ୍‌ରେ ସ୍ଥାନ ପାଇଛି ସୋଆ । ବୁଧବାର ଏହି ତାଲିକା ପ୍ରକାଶିତ
ହୋଇଛି ।
ଏହି ର‌୍ୟାଙ୍କିଙ୍ଗ୍‌ରେ ୧୦୦୧ ରୁ ୧୨୦୦ ବ୍ରାକେଟରେ ସୋଆ ରହିଥିବା ବେଳେ ଇଣ୍ଡିଆନ୍ ଇନ୍‌ଷ୍ଟିଚ୍ୟୁଟ୍‌
ଅଫ୍ ଲାଇଫ୍ ସାଇନ୍‌ସେସ୍‌, ୧୦ଟି ଇଣ୍ଡିଆନ୍ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ଟେକ୍ନୋଲୋଜି ଏବଂ ଅନ୍ୟ କେତେକ ପ୍ରତିଷ୍ଠିତ
ଭାରତୀୟ ବିଶ୍ୱବିଦ୍ୟାଳୟ ଏହି ର‌୍ୟାଙ୍କିଙ୍ଗରେ ସ୍ଥାନ ପାଇଛନ୍ତି ।
ଓଡ଼ିଶାର ଦୁଇଟି ଶିକ୍ଷାନୁଷ୍ଠାନ ଏଥିରେ ସ୍ଥାନ ପାଇଛନ୍ତି । ସୋଆ ବ୍ୟତୀତ ଇଣ୍ଡିଆନ୍ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍‌
ଟେକ୍ନୋଲୋଜି, ଭୁବନେଶ୍ୱର ମଧ୍ୟ ଏହି ର‌୍ୟାଙ୍କିଙ୍ଗ୍‌ରେ ରହିଛି । ଶୈକ୍ଷିକ ଖ୍ୟାତି, ନିଯୁକ୍ତିଦାତାଙ୍କ ଖ୍ୟାତି,
ଫ୍ୟାକଲ୍ଟିଙ୍କର ସନ୍ଦର୍ଭ, ଫ୍ୟାକଲ୍ଟି ଛାତ୍ର ଅନୁପାତ, ଆନ୍ତର୍ଜାତିକ ଫ୍ୟାକଲ୍ଟି ଏବଂ ଆନ୍ତର୍ଜାତିକ ଛାତ୍ରଛାତ୍ରୀ ସଂଖ୍ୟା
ଇତ୍ୟାଦି ବିଭିନ୍ନ ମାପଦଣ୍ଡକୁ ନେଇ ଶିକ୍ଷାନୁଷ୍ଠାନଗୁଡ଼ିକୁ ର‌୍ୟାଙ୍କିଙ୍ଗ ପ୍ରଦାନ କରାଯାଇଛି ।
ଓଡ଼ିଶାରେ ବୃତିଗତ ଶିକ୍ଷା କ୍ଷେତ୍ରରେ ଶୀର୍ଷ ସ୍ଥାନରେ ରହିଥିବା ସୋଆ ନ୍ୟାସ୍‌ନାଲ୍ ଇନ୍‌ଷ୍ଟିଚ୍ୟୁସ୍‌ନାଲ୍‌
ର‌୍ୟାଙ୍କିଙ୍ଗ୍ ଫ୍ରେମ୍‌ୱାର୍କ (ଏନ୍‌ଆଇଆର୍‌ଏଫ୍‌) ୨୦୨୧ରେ ଦେଶରେ ୨୦ ତମ ସ୍ଥାନ ହାସଲ କରିଛି ସୋଆ ।
୨୦୧୬ ଠାରୁ ଶିକ୍ଷା ମବଣାଳୟ ଦ୍ୱାରା ଏନ୍‌ଆଇଆର୍‌ଏଫ୍ ର‌୍ୟାଙ୍କିଙ୍ଗ୍ ଆରମ୍ଭ ହେବା ପର ଠାରୁ ଦେଶର ଶ୍ରେଷ୍ଠ
୨୫ ଟି ବିଶ୍ୱବିଦ୍ୟାଳୟ ମଧ୍ୟରେ କ୍ରମାଗତ ଭାବେ ସ୍ଥାନ ପାଇ ଆସିଛି ସୋଆ ।

Leave A Reply

Your email address will not be published.