xmas

କେନାଲ ପାଣି ଅଭାବରୁ ବାଦାମୀ ଓପାଡିବା ବଦଳରେ ଖୋଳି ଖୋଳି ଉଠାଉଛି ଚାଷୀ।

କାଲିମେଳା ତା ୯/୬ କେନାଲ ପାଣି ଅଭାବରୁ ବାଦାମୀ ଓପାଡିବା ବଦଳରେ ଖୋଳି ଖୋଳି ଉଠାଉଛି ଚାଷୀ,ପାଣି ବନ୍ଦ କରି ଦିଆଗଲା ଫଳରେ ବାଦାମୀ ଲଗାଇଥିବା ଚାଷୀ ମାନେ ନିଜ ଜମିରୁ ଖୋଳି ଖୋଳି ବାଦାମ ଉଠାଉଥବା ଦେଖିବାକୁ ମିଳିଛି l ଏହି ପରି ଦୃଶ୍ୟ ଦେଖିବାକୁ ମିଳିଛି କାଲିମେଳା ବ୍ଲକ ଅନ୍ତର୍ଗତ ଲଛିପେଟା ଅଞ୍ଚଳରେ l ଚଳିତ ବର୍ଷ ଚାଷୀ ମାନେ ଧାର କରଜ କରିବା ସହ ଅକ୍ଲାନ୍ତ ପରିଶ୍ରମ କରି ନିଜ ଜମିରେ ବାଦାମୀ ଚାଷ କରିଥିଲା ଅମଳ ସମୟ ବେଳକୁ ପ୍ରବଳ ଖରା ସାଙ୍ଗକୁ କେନାଲ ପାଣି ବନ୍ଦ କରିଦିଆଗଲା, ଏହାକୁ ନେଇ ଗତ 24 ରିଖ ରେ ଅଞ୍ଚଳ ର ପାଞ୍ଚଟି ପଞ୍ଚାୟତ ର ଚାଷୀ ମାନେ ପଟେରୁ ବୃହତ ଜଳ ସେଚନ ଯୋଜନାର ଏମଭି 79 ଡିଭିଜନ କାର୍ଯ୍ୟାଳୟ କୁ ଘେରାଓ କରିବା ସହ ପାଣି ଛାଡିବା ପାଇଁ ଦାବି କରିଥିଲେ l ଚାଷୀ ମାନଙ୍କ ଦାବିକୁ ଗୁରୁତ୍ୱ ଦେଇ ବିଭାଗ ପକ୍ଷରୁ ବାଲିମେଳା ସ୍ଥିତ ପଟେରୁ ଜଳ ସେଚନ ବିଭାଗ ର ମୁଖ୍ୟ ଯନ୍ତ୍ରୀ ମଙ୍ଗରାଜ ଜୟନ ନିର୍ଦେଶ କ୍ରମେ ପାଣି ଛଡା ଯାଇଥିଲା, କିନ୍ତୁ ଅଞ୍ଚଳ ର ସମସ୍ତ ଚାଷୀ ଙ୍କ ଜମିକୁ ପାଣି ପହଁଞ୍ଚିବା ପୂର୍ବରୁ ପାଣି ବନ୍ଦ କରି ଦିଆଗଲା, ଏବେ ଅନେକ ଚାଷୀ ନିଜ ଜମିର ବାଦାମୀ ଉଠାଇ ନପାରି ଖୋଳି ଖୋଳି ବାଦାମୀ ଉଠାଉ ଥିବା ଦେଖିବାକୁ ମିଳିଛି l ଏହି ସମର୍କରେ ଯନ୍ତ୍ରୀ ଙ୍କ ସହ ଯୋଗା ଯୋଗ କରିବା ପାଇଁ ଚେଷ୍ଟା କରା ଯାଇ ଥିଲା କିନ୍ତୁ ଯୋଗା ଯୋଗା ହୋଇ ପାରିନି l ଏହି ପରି ଅଞ୍ଚଳରେ ଅନେକ ଚାଷୀ ଜମିରେ ଥିବା ବାଦାମୀ କୁ ପାଣି ଅଭାବରୁ ଉଠାଇ ପାରି ନଥିବା ଦେଖିବାକୁ ମିଳିଛି l ଜିଲ୍ଲା ପ୍ରଶାସନ ପକ୍ଷରୁ ଦୃଷ୍ଟି ଦେବା ପାଇଁ ସାଧାରଣ ରେ ଦାବି ହୋଇଛି l

Leave A Reply

Your email address will not be published.