xmas

ପ୍ରତିଶ୍ରୁତି ରକ୍ଷା କଲେନି ଜିଲ୍ଲାପାଳ, ଧାରଣାରେ ବସିଲେ ଗ୍ରାମବାସୀ

ବୌଦ୍ଧ ୦୯/୦୬: ପ୍ରତିଶ୍ରୁତି ରକ୍ଷା କରି ପାରିଲେନି ଜିଲ୍ଲାପାଳ । ଶେଷରେ ଧାରଣାରେ ବସିଲେ ଗ୍ରାମବାସୀ । ନରେଗା ଯୋଜନରେ ରାସ୍ତା କାମ ରେ ଦୁର୍ନୀତି ଅଭିଯୋଗ ନେଇ ବାରମ୍ବାର ବିଭାଗୀୟ ଅଧିକାରୀଠୁ ନେଇ ଜିଲ୍ଲାପାଳ ପର୍ଯ୍ୟନ୍ତ ଅଭିଯୋଗ କଲେବି ଫଳ ଶୁନ। ଶେଷରେ ଜିଲ୍ଲାପାଳ କାର୍ଯ୍ୟଳୟ ସମ୍ମୁଖରେ ଧାରଣା ଦେଲେ ଗ୍ରାମବାସୀ ।ଏହି ଗ୍ରାମରେ ରାସ୍ତା ନିର୍ମାଣ ପାଇଁ ନରେଗା ଯୋଜନାରେ ୫ଲକ୍ଷ ଟଙ୍କାର ମାଟିକାମ ଆସିଥିଲା । ହେଲେ ଠିକାଦାର ମାଟି ମୁଠାଏ ମଧ୍ୟ ନ ପକାଇ ପୁରୁଣା ରାସ୍ତା କୁ ଦେଖାଇ ମିଥ୍ୟା ବିଲ କରି ନେଇଥିବା ଅଭିଯୋଗ ହୋଇଛି । ଠିକାଦାର ଏବଂ ବିଭାଗୀୟ ଅଧିକାରୀ ଟଙ୍କା ହଡପ କରିନେଇଥିବା ବେଳେ ଏଥିରେ ବ୍ୟାପକ ଦୁର୍ନୀତି କରିଥିବା ଅଭିଯୋଗ କରିଛନ୍ତି ଗ୍ରାମବାସୀ ।ତେବେ ଏନେଇ କଣ୍ଟାମାଲ ବିଡ଼ିଓ ଓ ମହାତ୍ମା ଗାନ୍ଧୀ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନାରେ ରାସ୍ତା କାମର ଦୁର୍ନୀତି କରିଥିବା ଅଧିକାରୀ ଙ୍କୁ ବହିଷ୍କାର ଦାବୀରେ ବିଭାଗୀୟ ଅଧିକାରୀ ଠୁ ଆରମ୍ଭ କରି ବୌଦ୍ଧ ଜିଲ୍ଲାପାଳ ପର୍ଯ୍ୟନ୍ତ ଜଣାଇଥିଲେ ମଧ୍ୟ କେହି କର୍ଣ୍ଣପାତ କରୁନଥିବା ଅଭିଯୋଗ କରିଛନ୍ତି ଗ୍ରାମବାସୀ । ଶେଷରେ ଜିଲ୍ଲାପାଳ ଙ୍କ କାର୍ଯ୍ୟଳୟ ସମ୍ମୁଖୀନ ଧାରଣା ଦେଇଛନ୍ତି ଗ୍ରାମବାସୀ ।ଏ ଦୁର୍ନୀତି ବିରୁଦ୍ଧରେ ଗ୍ରାମବାସୀ ମାନେ ୧୫ ଦିନ ପୂର୍ବରୁ ବୌଦ୍ଧ ଜିଲ୍ଲାପାଳଙ୍କୁ ଲିଖିତ ଅଭିଯୋଗ କରିଥିଲେ । ଜିଲ୍ଲାପାଳ ୭ ଦିନ ମଧ୍ୟରେ ଏହାର ତଦନ୍ତ କରାଯାଇ ଏହାର ଉଚିତ୍ ପଦକ୍ଷେପ ନେବେ ବୋଲି ପ୍ରତିଶ୍ରୁତି ମଧ୍ୟ ଦେଇଥିଲେ ହେଲେ ୧୫ ଦିନ ବିତି ଯାଇଥିଲେ ହେଁ ଏବେ ସୁଦ୍ଧା ଏହାର କୌଣସି ସମାଧାନ ନ ହେବାରୁ ଶେଷରେ ଗ୍ରାମର ଶତାଧିକ ଗ୍ରାମବାସୀ ନିରାଶ ହୋଇ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ୩ ଦିନ ହେଲା ଧାରଣାରେ ବସିଛନ୍ତି ।ଯଦି ଏହାର ତଦନ୍ତ କରାଯାଇ ବିଭାଗୀୟ ଅଧିକାରୀଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ ନ କରନ୍ତି ତେବେ ଧାରଣା ରୁ ହଟିବେ ନାହିଁ ବୋଲି ଚେତାବନୀ ଦେଇଛନ୍ତି ଗ୍ରାମବାସୀ ।

Leave A Reply

Your email address will not be published.