କନ୍ଧମାଳ ରେ ଏସଓଜି ଓ ଡ଼ିଭିଏଫ ଯବାନ ଙ୍କ କମ୍ବିଙ୍ଗ ଅପେରସନ, ବହୁ ମାଓ ସାମଗ୍ରୀ ଜବତ

ଫୁଲବାଣୀ -12 /6 କନ୍ଧମାଳ ଏସପି ଭିନୀତ ଅଗ୍ରୱାଲ ଙ୍କ ନିର୍ଦେଶ ରେ ଏସ ଓ ଜି ଓ ଡ଼ି ଭି ଏଫ ଯବାନ ମନେ ଗୋଛା ପଡା ଥାନା ଅନ୍ତର୍ଗ୍ରତ ଶାସିକେତା ଜଙ୍ଗଲ ରେ ମାଓ ବାଦି କ୍ୟାମ୍ପ ଉପରେ ଚଢ଼ାଉ କରି ବିପୁଳ ପରିମାଣ ର ମାଓ ସାମଗ୍ରୀ ଜବତ କରିଥିବା ନେଇ ରବିବାର କନ୍ଧମାଳ ଏସପି ଭିନୀତ ଅଗ୍ରଵାଲା ସୂଚନା ଦେଇଛନ୍ତି l ଜବତ ସାମଗ୍ରି ମଧ୍ୟରେ ରହିଛି ମେ ଡିସିନ, ବିଦ୍ୟୁତ ତାର, ମାଓ ପୋଷାକ, ଜିଲୋଟିନ, ଛୁରୀ, ଇନଶlସ ମେଗାଜିନ, ଚଷମା, ଆଦି ଜିନିଷ ପତ୍ର ମାନ ଥିବା ଏସପି ଅଗ୍ରୱାଲ କହିଛନ୍ତିl ସେଠାରେକେ. କେ ବିଏନ ଡ଼ି ଭି ଜନ ମାଓବାଦୀ ମନେ କ୍ୟାମ୍ପ କରିଥିବା ଆହୁରି ସୂଚନା ଦେଇଥିଲେ ଏସପି lସେହିପରି ଗତ ମେ ମାସ ୨୨ ରେ ଛତିଶଗଡ଼ ବିଜେପୁର ଜିଲା ଅନ୍ତର୍ଗତ ଵାସା ଗୁଡାଥାନା ଅନ୍ତର୍ଗତ ଡ଼ାଲା ଗ୍ରାମରଅଶୋକ ପୁନେ ନାମକ ଜଣେ ହାର୍ଡ କୋର ମାଓବାଦୀଓ ଏରିଆ କମିଟି ସଦସ୍ୟ ଏସପି ଭିନୀତ ଅଗ୍ରୱାଲ ଙ୍କ ନିକଟରେ ଆତ୍ମସମର୍ପଣ କରିଥିଲା lସର କାର ଙ୍କ ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟ ରେ ପ୍ରଭାବିତ ହୋଇ ଅଶୋକ ହିଂସା ପରିତ୍ୟାଗ କରି ଆତ୍ମ ସମର୍ପଣ କରି ସମାଜର ମୁଖ୍ୟ ସ୍ରୋତ ରେ ସାମିଲ ହୋଇଥିବା କହିଥିଲା ସରକାରଙ୍କ ଲୋଭନୀୟ ପେକେଜ ପ୍ରତି ଆକର୍ଷିତ ହେଇ ଦିନକୁଦିନ ମାଓବାଦୀ ମାନେ ସରକାରଙ୍କ ନିକଟରେ ଆତ୍ମସମର୍ପଣ କରୁଥିବା ଦେଖାଯାଉଛି lକନ୍ଧମାଳ ଏସପି ଙ୍କ ରଣ କୌଶଳ,ଲଗାତାର କମ୍ବିଂ ଅପରେସନ ଯୋଗୁଁ ମାଓ ସଂଗଠନ ଦିନକୁଦିନ ଦୁର୍ବଳ ହେବାରେ ଲାଗିଛି l

Leave A Reply

Your email address will not be published.