ଟାଉନ ଥାନା ସମ୍ମୁଖରୁ ଚୋରି, ପୋଲିସ କରୁଛି କଣ ??

ଫୁଲବାଣୀ 15/6 ଫୁଲବାଣୀ ଟାଉନ ଥାନା ସମ୍ମୁଖରୁସିରିଜ ଚୋରି l ଗୋଟିଏ କି ଦୁଇଟି ନୁହେଁ ଚାରି ଚାରିଟା ଦୋକାନ ର ତାଲା ଭାଙ୍ଗିନଗଦ ଟଙ୍କା ଓ ସାମଗ୍ରି ଚୋରି କରିନେଇଛନ୍ତି ଦୁର୍ବୁତ୍ତ lଦୁଇଜଣ ଯୁବକ ହାତରେ ଶାବଳ, ହାତୁଡି ଧରିଏ ଦୋକାନ ରୁ ସେ ଦିକଂ ବୁଲିବୁଲି ଚୋରି କରୁଥିବା ଦୋକାନ ରେ ଲାଗିଥିବା ସିସି ଟିଭି ରୁ ଦେଖିବାକୁ ମିଳିଛି lଏହି ଚୋର ମନେଥାନା ସମ୍ମୁଖ ଏକ ଓମ୍ଫେଡ କ୍ଷୀର ଦୋକାନ ତାଲା କାଟି ନଗଦ ଚାରି ହଜାର ଟଙ୍କା, ନେଇପଲାଇଥିବାବେଳେ ଅ ନ୍ୟ ଦୋକାନରୁ ମୂଲ୍ୟବାନ ସାମଗ୍ରି ମାନ ଚୋରି ହୋଇଥିବା ନେଇ ଥାନା ରେ ଅଭିଯୋଗ ହୋଇଛି lଥାନା ସମ୍ମୁଖରୁ ଯଦି ନିର୍ଭୟ ରେ ଚୋରି ହେଉଛି ଅନ୍ୟ ଅଂଚଳ କଥା ନ କହିବା ଭଲ lପୋଲିସ ପେଟ୍ରୋଲିଙ୍ଗ କରୁନି, ଫଳ ରେ ଚୋରି ବଢୁଛି ସହର ରେ lବର୍ତମାନ ର ଥାନା ଅଧିକାରୀ ଙ୍କ ନିଷ୍କ୍ରିୟତା ନେଇ ସହର ରେ ଆଲୋଚନା ଯୋର ଧରିଛି l ଏଣୁ ଟାଉନ ଥାନାରେ ଜଣେ ଦକ୍ଷ, ସଚୋଟ ପୋଲିସ ଅଧିକାରୀ ଙ୍କୁ ଟାଉନ ଥାନା ଅଧିକାରୀ ଭାବେ ନିଯୁକ୍ତି ଦେବାକୁ ସାଧାରଣ ରେ ଦୃଢ ଦାବୀ ହେଉଛି l

Leave A Reply

Your email address will not be published.