mobile header

ରାହୁଲଙ୍କ ଉଦ୍ଧାର ବେଳର କାହାଣୀ କହିଲେ ଓଡ଼ିଆ ଯବାନ ମହାବୀର ମହାନ୍ତି : ସଫଳତା ପରେ କାନ୍ଦି ପକାଇଥିଲେ ଉଦ୍ଧାରକାରୀଦଳ

ରାହୁଲଙ୍କୁ ଉଦ୍ଧାର ବେଳର ସ୍ମୃତି ବଖାଣିଛନ୍ତି ଓଡ଼ିଆ ଏନଡିଆରଏଫ୍ ଇନ୍ସପେକ୍ଟର ମହାବୀର ମହାନ୍ତି । ଜୀବନକାଳରେ ଏଭଳି ଅଭିଜ୍ଞତାର ସାମ୍ନା କେବେ କରିନଥିବା ସେ କହିଛନ୍ତି । ସେ କହିଛନ୍ତି ଯେ ଓଡ଼ିଶା ଓ ଛତିଶଗଡ଼ ପାଇଁ ଏହା ପ୍ରଥମ ଅପରେସନ୍ ଥିଲା । ୧୦ ତାରିଖ ସନ୍ଧ୍ୟା ୫ଟା ୪୫ରେ ଆମକୁ ସୂଚନା ମିଳିଥିଲା । ରାହୁଲକୁ କିପରି ଉଦ୍ଧାର କରାଯିବ, ସେଥିପାଇଁ ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତ କରିଥିଲୁ ।ପ୍ରଥମେ ଲାଇଫ୍ ସପୋର୍ଟ ସିଷ୍ଟମ ପରେ ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତ କରିଥିଲୁ । ଉଦ୍ଧାର ବେଳେ ଆମେ ଅନେକ ଚ୍ୟାଲେଞ୍ଜର ସାମ୍ନା କରିଥିଲୁ । ଭୂତଳ ଜଳସ୍ତର ହ୍ରାସ କରିବା ପାଇଁ ସେଠାକାର ସବୁ ନଳକୂପକୁ ଖୋଲିବାକୁ ପରାମର୍ଶ ଦେଇଥିଲୁ । ୭୫ ଫୁଟ୍ ଖୋଲିବା ଆମ ପାଇଁ ଚ୍ୟାଲେଞ୍ଜ ଥିଲା । ୪୫ଡିଗ୍ରୀ ତାତିରେ ଉଦ୍ଧାର କାର୍ଯ୍ୟ ଜାରି ରଖିଥିଲେ । ଆଉ ଯେତେବେଳେ ରାହୁଲକୁ ସୁରକ୍ଷାର ସହ ଉଦ୍ଧାର କରିଥିଲୁ, ସେତେବେଳେ ଖୁସିରେ କାନ୍ଦି ପକାଇଥିଲୁ । ଉଦ୍ଧାର ବେଳର ଏମିତି ଅନେକ ସ୍ମୃତି ବଖାଣିଛନ୍ତି ମହାବୀର

Leave A Reply

Your email address will not be published.