ବଜ୍ରାଘାତରେ ନାବାଳିକାର ମୃତ୍ୟୁ

ଖୁଣ୍ଟା –
ଘର ବାରଣ୍ଡାରେ ବସିଥିଲେ, ହେଲା ବଜ୍ରାଘାତ । ଗୁରୁତର ହୋଇ ଡାକ୍ତରଖାନାରେ ଭର୍ତି ହୋଇଥିବା ବେଳେ ଚାଲିଯାଇଛି ନାବାଳିକାର ପ୍ରାଣ । ଏଭଳି ଦୁଃଖଦ ଘଟଣା ଘଟିଛି ଶରତ ଥାନା କଟୁରିଆ ଗ୍ରାମରେ ।
କଟୁରିଆ ଗ୍ରାମର ଗୁମି ମୁର୍ମୁ ଗତକାଲି ସନ୍ଧ୍ୟା ସମୟରେ ଘର ବାରଣ୍ଡାରେ ବସିଥିଲେ । ଆକସ୍ମିକ ବର୍ଷା ହେବା ସହିତ ବଜ୍ରପାତ ହୋଇଥିଲା । ଏହି ବଜ୍ରାଘାତରେ ଗୁମି ଗୁରୁତର ହୋଇ ପଡିଥିଲେ । ପରିବାର ଲୋକେ ପ୍ରଥମେ ଶରତ ଡାକ୍ତରଖାନାକୁ ନେଇଥିଲେ । ପରବର୍ତ୍ତି ସମୟରେ ତାଙ୍କୁ ଉଦଳା ଡାକ୍ତରଖାନାକୁ ଚିକିତ୍ସା ନିମନ୍ତେ ସ୍ଥାନନ୍ତରିତ କରାଯାଇଥିଲା । ମାତ୍ର ଉଦଳା ଡାକ୍ତରଖାନାରେ ଆଜି ସକାଳୁ ତାଙ୍କର ମୃତ୍ୟୁ ହୋଇଛି । ଏହି ଘଟଣା ଜଣାପଡିବା ପରେ ଶରତ ପୋଲିସ୍ ଡାକ୍ତରଖାନାରେ ପହଂଚି ମୃତଦେହ ଜବତ କରି ଘଟଣାର ତଦନ୍ତ ଆରମ୍ଭ କରିଛି । ମୃତକଙ୍କ ପରିବାରକୁ ସରକାରୀ ସହାୟତା ଯୋଗାଇ ଦେବାକୁ ଦାବି ହୋଇଛି ।

Leave A Reply

Your email address will not be published.