mobile header

ସମାଜସେବୀ ମହେନ୍ଦ୍ର ବଢେଇ ଙ୍କ ଦ୍ବାରା ଦିବ୍ଯାଙ୍ଗ ଙ୍କୁ ହୁଇଲ ଚେଆର ପ୍ରଦାନ

ବରଗଡ଼ – ବରଗଡ଼ ଜିଲ୍ଲାର ପଦ୍ମପୁର ଅଂଚଳ ରେ ବିଭିନ୍ନ ସମାଜସେବା କରି ଚର୍ଚ୍ଚିତ ହୋଇଥିବା ପ୍ରଶାସନିକ ଅଧିକାରୀ ମହେନ୍ଦ୍ର ବଢେଇ ଆଜି ପୁଣି ଦିବ୍ଯାଙ୍ଗ ମାନଙ୍କୁ ହୁଇଲ ଚେଆର ପ୍ରଦାନ କରିଛନ୍ତି । ପାଇକମାଳ ଅଚଳର ବୌତାଲଭଟା , ଝେଙ୍ଗନାଡିହି , ସମ୍ବଲପୁରୀ ଗ୍ରାମର ଦିବ୍ଯାଙ୍ଗ ଙ୍କ ସେବା ରେ ସହଯୋଗୀ ହୋଇ ପାରିଛନ୍ତି । ପାଇକମାଳ ଜିଲ୍ଲା ପରିଷଦ ଜୋନ ୩ ର ଜିଲ୍ଲା ପରିଷଦ ସଭ୍ଯା ବାସନ୍ତୀ ବାଲମ , ସରେଇକେଲା ଗ୍ରାମ ପଞ୍ଚାୟତ ର ସରପଞ୍ଚ ଉପେନ୍ଦ୍ର ପଟେଲ , ସମିତି ସଭ୍ଯା ଅନିତା ସାହୁ ପ୍ରମୁଖ ସମ୍ବଲପୁରୀ ଗ୍ରାମର ଦିବ୍ଯାଙ୍ଗ ଉଜ୍ବଳ ଭୋଇ ଓ ବୌତାଲଭଟା ଗ୍ରାମର ସୁଶାନ୍ତ ପଟେଲ ଙ୍କ ଘରକୁ ଯାଇ ମହେନ୍ଦ୍ର ବଢେଇ ପଠାଇଦେଇଥିବା ହୁଇଲ ଚେଆର ପ୍ରଦାନ କରିଥିଲେ । ଏହି ସେବାରେ ବୌତାଲଭଟା ଗୌନ୍ତିଆ ଲକ୍ଷ୍ମଣ ବେହେରା, ଯୋଗେଶ୍ବର ବେହେରା , ପ୍ରକାଶ ସାହୁ ପୂର୍ବତନ ପ୍ରଧାନ ଶିକ୍ଷକ ଗୋଳକ ପ୍ରଧାନ ଙ୍କ ଉପସ୍ଥିତିରେ ଦିବ୍ଯାଙ୍ଗ ଙ୍କ ଘରେ ହୁଇଲ ଚେଆର ପ୍ରଦାନ କରାଯାଇଛି ।

Leave A Reply

Your email address will not be published.