
ଫୁଲବାଣୀ -15/6 ପୁରପଲ୍ଲୀ ରୁ ଆରମ୍ଭ କରି ସହର ଯାଏ ପାଳନ ହେଉଛି ରଜ lରଜ ରେ ବିଭିନ୍ନ ପ୍ରକାର ପିଠା ପଣା ର ଯେମିତି ଡିମାଣ୍ଡ ସେହିପରି ରଜପାନ ର ବି ବେଶ ଡିମାଣ୍ଡ lପାଟିରେ ରଜ ପାନ ନ ବାଜିଲେ ଅଡୁଆ ଅଡୁଆ ଲାଗିବ ନିଶ୍ଚୟ lଫଲରେ ରାଜ ପାନ ନେବାଲାଗି ଫୁଲବାଣୀ ରେ ରଜ ପାଇଁ ଖିଲାଯାଇଥିବା ସ୍ୱତନ୍ତ୍ର ଦୋକାନ ରେ ପ୍ରବଳ ଭିଡ ଦେଖିବାକୁ ମିଳୁଛି lପାନ ଖଣ୍ଡିଏ ପାଇଁ ଘଣ୍ଟା ଘଣ୍ଟା ଧରି ଅପେକ୍ଷା କରିବାଲାଗି ପଡୁଛି lଫୁଲବାଣୀ ସହର ରକୋର୍ଟ ଛକ ରେ ଟୁକୁ ପାନ ଦୋକାନ, ଆଉ ଆଉ ବଜାର ରେ ରାକେଶ ପାନ ଦୋକାନ ରେ ଏବେ ନାହିଁ ନଥିବା ଭିଡ l ରଜ ପାନ ଖଣ୍ଡେ ର ମୂଲ୍ୟ ଦଶ ଟଙ୍କା ଲେଖାଏଁ ବିକ୍ରୀ ହେଉଛି lଏଥିରେଚୁନ, ଗୀଲା, ଗୁଆ, ଠୁ ଆରମ୍ଭ କରି ବିଭିନ୍ନ ପ୍ରକାର ର କୋଡିଏ ରୁ ପଚିଶ ପ୍ରକାର ମିଠା ମସଲା, ପଡିଥାଏ lଫଳରେ ଏହି ପାନ ର ସ୍ୱାଦ ନିଅlରା l ଏହି ରଜ ୩ ଦିନ ହିଁ ଏହି ପାନ ମିଳିଥାଏ l ଏହି ସମୟ ରେ ଗୋଟିଏ ଦୋକାନ ରେ ଦିନକୁ ୨ ରୁ ୩ ହଜାର ପାନ ବିକ୍ରୀ ହୋଇଥାଏ ll ଝିଅ ବୋହୁ ଠୁ ଆରମ୍ଭ କରି କି ପିଲା କି ବୁଢା ସମସ୍ତେ ଏହି ପାନ ର ମଜା ଉଠାଇଥାନ୍ତି lଦୋକାନୀ ବି ଏହି ତିନିଦିନରେ ପାନ ଭାଙ୍ଗି ଭଲଦୁଇ ପଇସା ଲାଭ ବି କରିଥାନ୍ତି ବୋଲି ବ୍ୟବସାୟୀ ମନେ କହିଛନ୍ତି l