ମନମୁଣ୍ଡା ରେ ସୂଚନା ଓ ଲୋକ ସମ୍ପର୍କ ବିଭାଗ ମନ୍ତ୍ରୀ ଙ୍କୁ ସ୍ୱାଗତ କରି ଦାବୀପତ୍ର ପ୍ରଦାନ କଲେ ଓଡିଶା ସାମ୍ବାଦିକ ସଂଘ ସୁବର୍ଣ୍ଣପୁର ଜ଼ିଲ୍ଲା ଶାଖା

ସୁବର୍ଣ୍ଣପୁର,-15-06 ଆଜି ଓଡିଶା ସାମ୍ବାଦିକ ସଂଘ ସୁବର୍ଣ୍ଣପୁର ଶାଖା ପକ୍ଷରୁ ସନ୍ଧ୍ୟା 6 ଘଣ୍ଟl ରେ ମନମୁଣ୍ଡା ପୂର୍ତ୍ତ ବିଭାଗ ଡାକ ବଙ୍ଗଳା ଠାରେ ଓଡିଶା ସାମ୍ବାଦିକ ସଂଘ ପକ୍ଷରୁ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ, ଜଙ୍ଗଲ ଓ ପଞ୍ଚାୟତ ରାଜ ମନ୍ତ୍ରୀ ଶ୍ରୀଯୁକ୍ତ ପ୍ରଦୀପ କୁମାର ଅମାତ ଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା ଜ୍ଞାପନ କରି ମୁଖ୍ୟମନ୍ତ୍ରୀ ଙ୍କ ଉଦ୍ଦେଶ୍ୟ ରେ ମନ୍ତ୍ରୀ ଙ୍କ ଜରିଆରେ ଏକ ସ୍ମାରକ ପତ୍ର ପ୍ରଦାନ କରାଯାଇଛି l ମୁଖ୍ୟତଃ କାର୍ଯ୍ୟରତ ସାମ୍ବାଦିକ ଙ୍କ ଗୋପବନ୍ଧୁ ସ୍ୱାସ୍ଥ୍ୟ ବୀମା ରାଶିକୁ ବୃଦ୍ଧି କରିବା, ଓ ସାମ୍ବାଦିକ ସୁରକ୍ଷା ଉପରେ ମନ୍ତ୍ରୀ ଙ୍କ ସହିତ ସୁବର୍ଣ୍ଣପୁର ଓ ବୌଦ୍ଧ ଜ଼ିଲ୍ଲା ର ବିଭିନ୍ନ ଗଣମାଧ୍ୟମ ପ୍ରତିନିଧି ଆଲୋଚନା କରିଥିଲେ l

Leave A Reply

Your email address will not be published.