ନନ୍ଦନକାନନ : ଦୁବାଇ ସଫାରୀ ଜୁ ପାର୍କରୁ ଆସିବେ ବନ୍ୟଜନ୍ତୁ

ନନ୍ଦନକାନନ ଆସିବ ଆଫ୍ରିକାନ୍ ଧଳା ସିଂହ । ଏହି ଧଳା ସିଂହ ଦୁବାଇରୁ ଭୁବନେଶ୍ୱର ଅଣାଯିବ । ତା’ ସହିତ ଚିତା, ସିମ୍ପାଞ୍ଜି, ରେଡ ନେକ କଙ୍ଗାରୁ, ଆଫ୍ରିକାନ୍ ଗ୍ରେ ଶୁଆ, ବ୍ଲୁ ଆଣ୍ଡା ବୋଲ୍ଡ ମକାଓ ଭଳି ଜୀବଜନ୍ତୁଙ୍କୁ ନନ୍ଦନକାନନ ଅଣାଯିବ । ଦୁବାଇ ସଫାରୀ ଜୁ ପାର୍କରୁ ନନ୍ଦନକାନନକୁ ଆସିବେ ଏହି ବନ୍ୟଜନ୍ତୁ । ସେହିପରି ହାଇଦ୍ରାବାଦରୁ ଆସିବ ଧଳା ବାଘ, ଆଫ୍ରିକାନ ସିଂହ ଓ ଗଣ୍ଡା । ଆସାମରୁ ହିମାଲୟନ କଳା ଭାଲୁ, ପିଗ ଟେଲ ମକାଓ ଭଳି ଜିବଜନ୍ତୁଙ୍କୁ ଅଣାଯିବ ।ନନ୍ଦନକାନନରେ ବହୁ ପଶୁପକ୍ଷୀ ଏକାକି ଥିବାରୁ ସ୍ଥାନାନ୍ତର ପ୍ରକ୍ରିୟାରେ ଜିବଜନ୍ତୁଙ୍କୁ ମିଳିବ ନୂଆ ସାଥୀ । ଏଥିପାଇଁ ରାଜ୍ୟ ତଥା ଦେଶ ବାହାର ଚିଡ଼ିଆଖାନାରୁ ବହୁ ପଶୁପକ୍ଷୀଙ୍କୁ ଅଣାଯିବ । ଏହା ବଦଳରେ ନନ୍ଦନକାନନରୁ ଦୁବାଇ ସଫାରୀ ଜୁ ପାର୍କକୁ ଗଣ୍ଡା, ଘଡ଼ିଆଳ, ନାଲି ଜଙ୍ଗଲୀ କୁକୁଡ଼ା, କୃଷ୍ଣସାର ହରିଣ ପଠାଯିବ । ଚଳିତ ବର୍ଷ ଶେଷ ସୁଦ୍ଧା ବନ୍ୟଜନ୍ତୁଙ୍କର ସ୍ଥାନାନ୍ତର ପ୍ରକ୍ରିୟା କରାଯିବ ବୋଲି ସୂଚନା ଦେଇଛନ୍ତି ନନ୍ଦନକାନନ ଉପ ନିର୍ଦ୍ଦେଶକ ।

Leave A Reply

Your email address will not be published.