mobile header

ନିଶା ନିବାରଣ ପାଇଁ ମହିଳା ଙ୍କ ପ୍ରୟାସ

ଫୁଲବାଣୀ -18/6.ସେ ଗାଁ ରହୁଅନ୍ତୁ ଅବା ସହର, ମହିଳାମାନେ ଆଉ ଆଗ ପରି ଘର କୋଣ ରେ ନରହି ପଦାକୁ ଆସିଲେଣି lନିଜେ ସ୍ୱାବଲମ୍ବୀ ହେବା ସହ ନିଶାନିବାରଣ ନେଇ ସଚେତନତା ସୃଷ୍ଟି କରିବା ସହ ସମ୍ପୁର୍ଣ ବନ୍ଦ କରିବାକୁ ଅଂଟାଭିଡିଛନ୍ତି ଖଜୁରୀପଡା ବ୍ଲକ ଅନ୍ତର୍ଗତ ବଳସକୁମ୍ପା ପଂଚାୟତ ମହିଳା ମାନେ lଗାଁ ରେ କେହି ନିଶା ଦ୍ରଵ୍ୟ ବିକ୍ରୀ କରିବେ ନାହିଁ କି ନିଶା ସେବନ କରିବେନାହିଁ ବୋଲି ମହିଳାମାନେ ରାଲି କରି ସତର୍କ କରିଦେଇଛନ୍ତି lସେହିପରି ପୋଲିସ ଓ ଅବକାରୀ ବିଭାଗ କୁ ମଧ୍ୟ ସେମାନେ ସତର୍କ ଦ୍ରୁଷ୍ଟି ରଖିବା ଲାଗି ପରାମର୍ଶ ଦେଇଛନ୍ତି l ନିଶା ସେବନ କରି ଗାଁ ରେ କିଛି ଅଘଟଣ ଘଟିଲେ ପୋଲିସ ଓ ଅବକାରୀ ବିଭାଗ ଦାୟୀ ରହିବେ ବୋଲି କହିଛନ୍ତି lଶନିବାର ଆୟୋଜିତ ରାଲି ଓ ମିଟିଂ ରେ ପୋଲିସ କର୍ମଚାରୀ ଉପସ୍ଥିତ ଥିଲେ l

Leave A Reply

Your email address will not be published.