ଭାରସାମ୍ୟ ହରାଇ ଓଲଟିଲା କନ୍ୟାଯାତ୍ରୀ ଟ୍ରକ୍,ଶତାଧିକ ଯାତ୍ରୀ ଆହତ

ବାଲିଗୁଡ଼ା: ବାହାଘରରେ ଯୋଗଦେବାକୁ ଯିବାବେଳେ ଅଘଟଣ । ଭାରସାମ୍ୟ ହରାଇ ଓଲଟିଲା କନ୍ୟାଯାତ୍ରୀ ଟ୍ରକ୍,୫୦ଫୁଟ ଖାଲକୁ ଛିଟିକି ପଡ଼ିଲେ ଶତାଧିକ ଯାତ୍ରୀ । କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡି ଥାନା ପାଙ୍ଗାଲି ନିକଟସ୍ଥ ସିଜିଗାଣ୍ଡା ଘାଟିରେ ଘଟିଛି ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ସୂଚନା ପ୍ରକାରେ ଆଜି ବ୍ରାହ୍ମଣୀଗାଁ ଥାନା ବେଙ୍ଗେମାହା ଗ୍ରାମରୁ ଶତାଧିକ କନ୍ୟାଯାତ୍ରୀ ଏକ ଟ୍ରକରେ ପାଙ୍ଗାଲି ଗ୍ରାମକୁ ଆସୁଥିବା ବେଳେ ପାଙ୍ଗାଲି ଗାଁ ନିକଟସ୍ଥ ସିଜିଗାଣ୍ଡା ଘାଟିରେ ଭାରସାମ୍ୟ ହରାଇ ଟ୍ରକଟି ରାସ୍ତା କଡ଼ରେ ଓଲଟି ପଡିଥିଲା । ଫଳରେ ଟ୍ରକ୍ ଡାଲାରେ ଥିବା ଶତାଧିକ ଯାତ୍ରୀ ରାସ୍ତା କଡ଼ରେ ଥିବା ପାଖାପାଖି ୫୦ ଫୁଟ ଖାଲକୁ ଛିଟିକି ପଡ଼ିଥିଲେ । ଦୁର୍ଘଟଣାରେ ସମସ୍ତ ଯାତ୍ରୀ ଆହତ ହୋଇଥିବା ବେଳେ ଖବରପାଇ ଘଟଣାସ୍ଥଳରେ ଦାରିଙ୍ଗବାଡି ପୋଲିସ୍ ଓ ଅଗ୍ନିଶମ କର୍ମଚାରୀ ପହଁଚି ସମସ୍ତଙ୍କୁ ଉଦ୍ଧାର କରି ଦାରିଙ୍ଗବାଡି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଇଛନ୍ତି । ଆହତ ଯାତ୍ରୀଙ୍କ ମଧ୍ୟରୁ ଅନେକଙ୍କ ଅବସ୍ଥା ଗୁରୁତର ଥିବା ଜଣାପଡ଼ିଛି । ବର୍ତ୍ତମାନ ସୁଦ୍ଧା ଦୁର୍ଘଟଣାରେ କୌଣଶି ଯାତ୍ରୀ ମୃତାହତ ହୋଇନଥିବା ଜଣାପଡ଼ିଛି ।

Leave A Reply

Your email address will not be published.